ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ ଓ ମୋଟର ଗାଡି କାଗଜ ପତ୍ରର ବୈଧତାକୁ ଡିସେମ୍ବର 31 ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ରସରକାର । ପୂର୍ବରୁ ଏହାକୁ 30 ସେପ୍ଟେମ୍ବର ଯାଏଁ ବୃଦ୍ଧି କରାଯାଇଥିଲା ।
30 ମାର୍ଚ୍ଚ ଏବଂ 9 ଜୁନ ପରେ ତୃତୀୟ ଥର ପାଇଁ ଡ୍ରାଇଭିଂ ଲାଇସେନ୍ସର ବୈଦ୍ଧତାକୁ ନେଇ ସମୟ ସୀମା ବୃଦ୍ଧି କରାଯାଇଛି ।
ଫିଟନେସ, ଲାଇସେନ୍ସ, ରେଜିଷ୍ଟ୍ରେସନ କିମ୍ବା ଅନ୍ୟାନ୍ୟ ଦଲିଲର ମୋଟର ଯାନ ଅଧିନିୟମ 1988 ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ 1989 ଅନୁଯାୟୀ 31 ଡିସେମ୍ବର 2020 ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧ କରିବାକୁ ନିଷ୍ପତ୍ତି ନେଇଛି ସଡ଼କ ପରିବହନ ମନ୍ତ୍ରଣାଳୟ । ମୋଟର ଯାନ ଅଧିନିୟମ, 1988 ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, 1989 ସହିତ ଜଡିତ କାଗଜପତ୍ରଗୁଡିକର ବୈଧତା ସମୟକୁ 30 ମାର୍ଚ୍ଚ ଏବଂ 9 ଜୁନରେ ବୃଦ୍ଧି କରାଯାଇଥିଲା । ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତିରେ କହିଛି ଯେ ସଂପୃକ୍ତ ଲାଇସେନ୍ସ ଓ କାଗଜପତ୍ରଗୁଡିକ 30 ସେପ୍ଟେମ୍ବର 2020 ପର୍ଯ୍ୟନ୍ତ ବୈଧ ବୋଲି ବିବେଚନା କରାଯାଇପାରେ।