ETV Bharat / bharat

ସତ ହେଲା ଅଟଳ ବାଣୀ: ‘କଂଗ୍ରେସ ଉପରେ ହସୁଛି ଦେଶ’ - ମୋଦି

ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଏକ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି । ୧୯୯୭ ମସିହାରେ ଅଟଳ ସଂସଦରେ କହିଥିବା କଥା ଆଜି ନିର୍ବାଚନରେ ପ୍ରତିଫଳିତ ହେବାର ଦେଖାଦେଇଛି ।

ଫାଇଲ ଫଟୋ
author img

By

Published : May 24, 2019, 10:33 PM IST

ନୂଆଦିଲ୍ଲୀ: ଆସିଯାଇଛି ଏବର୍ଷ ନିର୍ବାଚନର ଫଳାଫଳ । ବହୁମତ ପାଇ କେନ୍ଦ୍ରରେ ସପ୍ତଦଶ ସରକାର ଗଠନ କରିବାକୁ ଯାଉଛି ବିଜେପି । ସେପଟେ ଶୋଚନୀୟ ପରାଜୟ ଭୋଗିଛି କଂଗ୍ରେସ । ଦଳର ସ୍ଥିତି ଏପରି ଯେ ଏହା ବିରୋଧୀ ଦଳର ମାନ୍ୟତା ମଧ୍ୟ ପାଇପାରିନାହିଁ ।

ତେବେ ଏହି ସମୟରେ ମନେ ପଡିଯାଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ମନ୍ତବ୍ୟ । ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଏକ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି । ୧୯୯୭ ମସିହାରେ ଅଟଳ ସଂସଦରେ କହିଥିବା କଥା ଆଜି ନିର୍ବାଚନରେ ପ୍ରତିଫଳିତ ହେବାର ଦେଖାଦେଇଛି । ମାତ୍ର ଦୁଇ ନମ୍ବରରୁ ଆରମ୍ଭ ହୋଇଥିବା ସଂଖ୍ୟା ଆଜି 300 ପାରେଇଛି ।

1997 ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମାତ୍ର ଏକ ଭୋଟରେ ହାରିଯାଇଥିଲା । ସେତେବେଳେ ମାତ୍ର 13 ମାସ ଲାଗି ବିଜେପି ସରକାର ଗଢିଥିଲା । ସେ ସମୟରେ ସଂସଦରେ ବିଜେପିର ସଂଖ୍ୟା ଉପରେ କଂଗ୍ରେସ ଦଳ ତାତ୍ସଲ୍ୟ କରିଥିଲା । ଯାହାକୁ ନେଇ ବାଜପେୟୀ କହିଥିଲେ, "ଆଜି ଆମର କମ ସଂଖ୍ୟା ପାଇଁ ତୁମେ(କଂଗ୍ରେସ) ହସୁଛ, ଦିନେ ସମୟ ଆସିବ ଦେଶର ଲୋକ ତୁମକୁ ନେଇ ହସିବେ ।"

ସଂସଦରେ ବାଜପେୟୀ କହିଥିଲେ, "ମୋ ଶବ୍ଦ ମନେ ରଖନ୍ତୁ, ଆଜି କମ ସାଂସଦ ଥିବାରୁ ଆପଣମାନେ(କଂଗ୍ରେସ) ହସୁଛନ୍ତି । କିନ୍ତୁ ଦିନେ ଏମିତି ସମୟ ଆସିବ ଯେଉଁଦିନ ଏହି ଦଳର ସବୁଠାରୁ ଅଧିକ ସାଂସଦ ଥିବେ ଆଉ ଲୋକେ ଆପଣଙ୍କୁ ନେଇ ହସୁଥିବେ ।"

ବାଜପେୟୀଙ୍କ ସେହି ଅଟଳ ବାଣୀ ଆଜି ଏକପ୍ରକାର ସତ ହୋଇଛି କହିଲେ ଚଳେ । କଂଗ୍ରେସର ଆସନ ସଂଖ୍ୟା ଏତେ କମ ଯେ ଏହା ବିରୋଧୀ ଦଳ ମାନ୍ୟତା ମଧ୍ୟ ପାଇନାହିଁ । ସାରା ଦେଶବାସୀ ଦଳକୁ ଏକପ୍ରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ଆଜି ସାରା ଦେଶ କଂଗ୍ରେସ ଉପରେ ହସୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.