ETV Bharat / bharat

'ମାଙ୍କଡ ଉପରେ କୋରୋନା ଟୀକା ପରୀକ୍ଷଣ କରିବା ବିପଦଜନକ'

କୋରୋନା ଟିକାର ପରୀକ୍ଷଣ ମାଙ୍କଡମାନଙ୍କ ଉପରେ ନକରିବାକୁ କେନ୍ଦ୍ରକୁ ଅନୁରୋଧ କରିଛି ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (PETA) ଇଣ୍ଡିଆ ।

author img

By

Published : Jul 15, 2020, 7:17 PM IST

କୋରୋନା ଟୀକା ପରୀକ୍ଷଣ
କୋରୋନା ଟୀକା ପରୀକ୍ଷଣ

ନୂଆଦିଲ୍ଲୀ : କୋରୋନା ଟିକାର ପରୀକ୍ଷଣ ମାଙ୍କଡମାନଙ୍କ ଉପରେ ନକରିବାକୁ କେନ୍ଦ୍ରକୁ ଅନୁରୋଧ କରିଛି ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (PETA) ଇଣ୍ଡିଆ । ଏନେଇ କେନ୍ଦ୍ର ସରକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV)କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପେଟା ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ର ସରକାର କୋରୋନା ଟୀକା ପରୀକ୍ଷଣ ପାଇଁ 30 ଟି ମାଙ୍କଡ ଧରିବାକୁ NIVର ଅନୁମତିକୁ ମଞ୍ଜୁର କରିଥିବା ନିକଟରେ ପ୍ରକାଶ ପାଇଥିଲା । ତେବେ ଏହି ଘଟଣାପରେ ପେଟା ଇଣ୍ଡିଆ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖି ଏହି ବାବଦରେ କୁହାଯାଇଛି । ପଶୁପକ୍ଷୀଙ୍କୁ ପ୍ରକୃତି ପାଇଁ ଛାଡିଦେବା ଉଚିତ । ସେମାନଙ୍କ ଉପରେ ଏଭଳି ପରୀକ୍ଷଣ କରିବା ବିପଦଜନକ ବୋଲି ଚିଠିରେ କୁହାଯାଇଛି ।

ପଶୁ ପରୀକ୍ଷଣ ପ୍ରାୟତଃ ବିପଦଜନକ ହୋଇଥାଏ । ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତି ପାଇଁ ଭାରତ ତଥା ବିଶ୍ବ ଆଧୁନିକ ତଥା ଅଣ-ପଶୁ ପ୍ରଣାଳୀ ଆଡକୁ ଯାଉଛନ୍ତି ବୋଲି ସଂଗଠନ କହିଛି । ପଶୁ ପରୀକ୍ଷଣରେ ନିରାପଦ ଏବଂ ପ୍ରଭାବଶାଳୀ ବୋଲି ଦର୍ଶାଯାଇଥିବା ସମସ୍ତ ନୂତନ ଔଷଧର 95 ପ୍ରତିଶତରୁ ଅଧିକ ମାନବ ପରୀକ୍ଷଣରେ ବିଫଳ ହୁଏ । କାରଣ ଏହା ମଣିଷଠାରେ କାମ କରେ ନାହିଁ କିମ୍ବା ବିପଜ୍ଜନକ ସାବ୍ୟସ୍ତ ହୁଏ ବୋଲି ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ନିଶ୍ଚିତ କରିଛି । ତେଣୁ ମାଙ୍କଡ ଉପରେ କୋରୋନା ପରୀକ୍ଷଣ କରିବା ଅନୁଚିତ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, 60% ରୁ ଅଧିକ ମାନବ ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଥାଏ । ମାଙ୍କଡ ଉପରେ ଏହି କୋରୋନା ପରୀକ୍ଷଣ ସମୟରେ ହର୍ପସ୍ ବି, କାଇସାନୁର ବନ୍ୟ ରୋଗ, ଡେଙ୍ଗୁ, ଯକ୍ଷ୍ମା ଏବଂ ରେବି ଭଳି ରୋଗ ମଣିଷକୁ ବ୍ୟାପିବାର ସମ୍ଭାବନା ରହିଛି ବୋଲି ପେଟା ଇଣ୍ଡିଆ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.