ETV Bharat / bharat

ୟୁପି ବିଧାନସଭାରେ 17ଟି ବିଲ୍ ପାରିତ: ରାଜ୍ୟ ସମ୍ପତ୍ତି ନଷ୍ଟ କରିବା ବିକ୍ଷୋଭକାରୀଙ୍କୁ ପଡିବ ଭାରି - ୟୁପି ବିଧାନସଭାରେ 17ଟି ବିଲ୍ ପାରି

କୋରୋନା ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଚାଲିଛି। ଏହି ଅଧିବେଶନରେ ମୋଟ 17 ଟି ବିଲ୍ ପାରିତ ହୋଇଛି।

ୟୁପି ବିଧାନସଭାରେ 17ଟି ବିଲ୍ ପାରିତ
ୟୁପି ବିଧାନସଭାରେ 17ଟି ବିଲ୍ ପାରିତ
author img

By

Published : Aug 22, 2020, 1:55 PM IST

ଲକ୍ଷ୍ନୌ: କୋରୋନା ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଚାଲିଛି । ଏହି ଅଧିବେଶନରେ ମୋଟ 17 ଟି ବିଲ୍ ପାରିତ ହୋଇଛି। ଏହି ବିଲ୍ ଗୁଡିକରେ ଉତ୍ତରପ୍ରଦେଶ ଜନସାଧାରଣ ଓ ବେସରକାରୀ ସମ୍ପତ୍ତି କ୍ଷତି ପୁନରୁଦ୍ଧାର ବିଲ୍-2020 ଅନ୍ତର୍ଭୁକ୍ତ । ହିଂସାରେ ହୋଇଥିବା କ୍ଷତିପୂରଣ ପାଇଁ ସରକାର ଏହି ବିଲ୍ ମାଧ୍ୟମରେ ହିଂସାକାରୀଙ୍କଠାରୁ କ୍ଷତିପୂରଣ ଆଦାୟ କରାଯିବ ।

ଏହାପୂର୍ବରୁ ବିରୋଧୀମାନେ ବିଧାନସଭାରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ। ଅଧିବେଶନ ପୂର୍ବରୁ ସମାଜବାଦୀ ଦଳର ନେତାମାନେ ଆଇନ ଶୃଙ୍ଖଳା, ବେକାରୀ ସମସ୍ୟା ଏବଂ ଚାଷୀଙ୍କ ସମସ୍ୟା ଉପରେ ବିଧାନସଭା ସମ୍ମୁଖରେ ବସିଥିଲେ। ଏହା ବ୍ୟତୀତ ବିଏସପି ବିଧାନସଭା ବ୍ୟାକଆଉଟ କରିଛି । ଏଥି ସହିତ ଯୋଗୀ ସରକାର ବିଧାନସଭାରେ ବହୁ ଗୁରୁତ୍ବପୂର୍ଣ୍ଣ ବିଧେୟକ ପାରିତ କରିଛନ୍ତି। ଏଥିମଧ୍ୟରେ ଉତ୍ତରପ୍ରଦେଶ ମନ୍ତ୍ରୀସ୍ତରୀୟ ବେତନ ଭତ୍ତା ଓ ବିବିଧ ବ୍ୟବସ୍ଥା (ସଂଶୋଧନ) ବିଲ୍ 2020 ଅନ୍ତର୍ଭୁକ୍ତ ।

1.ଉତ୍ତରପ୍ରଦେଶ ଜନସାଧାରଣ ଏବଂ ବେସରକାରୀ ସମ୍ପତ୍ତି କ୍ଷତି ପୁନରୁଦ୍ଧାର ବିଲ୍ 2020

2. ଉତ୍ତରପ୍ରଦେଶ କଣ୍ଟିଜେନ୍ସି ପାଣ୍ଠି (ସଂଶୋଧନ) ବିଲ୍ 2020

3. ଉତ୍ତରପ୍ରଦେଶ ଆର୍ଥିକ ଦାୟିତ୍ବ ଏବଂ ବଜେଟ୍ ପରିଚାଳନା ଦ୍ବିତୀୟ (ସଂଶୋଧନ) ବିଲ୍ 2020

4. ଉତ୍ତରପ୍ରଦେଶ ରାଜ୍ୟ ବିଧାନସଭା ସଦସ୍ୟ (ସଂଶୋଧନ) ବିଲ୍ 2020

5. ଉତ୍ତରପ୍ରଦେଶ ଶିଳ୍ପ ବିବାଦ (ସଂଶୋଧନ) ବିଲ୍ 2020

6. ଉତ୍ତରପ୍ରଦେଶ କାରଖାନା ବିବାଦ (ସଂଶୋଧନ) ବିଲ୍ 2020

7. ଉତ୍ତରପ୍ରଦେଶ ଶିଳ୍ପ କ୍ଷେତ୍ର ବିକାଶ (ସଂଶୋଧନ) ବିଲ୍ 2020

8. ଜେଲ୍ ଆକ୍ଟ 1894 (ସଂଶୋଧନ) ବିଲ୍ 2020

9. ଉତ୍ତରପ୍ରଦେଶ ମୂଲ୍ୟ ଯୋଗ କର ସଂଶୋଧନ ବିଲ୍ 2020

10. ଉତ୍ତରପ୍ରଦେଶ ମନ୍ତ୍ରୀସ୍ତରୀୟ ଦରମା ଭତ୍ତା ଏବଂ ବିବିଧ ବ୍ୟବସ୍ଥା (ସଂଶୋଧନ) ବିଲ୍ 2020

11. କେତେକ ଶ୍ରମ ଆଇନ (ସଂଶୋଧନ) ବିଲ୍ 2020

12. ଉତ୍ତରପ୍ରଦେଶ କୃଷି ଉତ୍ପାଦନ ବଜାର (ସଂଶୋଧନ) ବିଲ୍ 2020

13. ଉତ୍ତରପ୍ରଦେଶ ଜନସ୍ବାସ୍ଥ୍ୟ ଏବଂ ମହାମାରୀ ରୋଗ ନିୟନ୍ତ୍ରଣ ବିଲ୍ 2020

14. ଉତ୍ତରପ୍ରଦେଶ ସରକାରୀ ନିରାକରଣ (ସଂଶୋଧନ) ବିଲ୍ 2020

15. ଉତ୍ତରପ୍ରଦେଶ ସ୍ବଆର୍ଥିକ ସ୍ବାଧୀନ ବିଦ୍ୟାଳୟ (ଦେୟ ନିୟମାବଳୀ) (ସଂଶୋଧନ) ବିଲ୍, 2020

16. ଜେଲ ଉତ୍ତରପ୍ରଦେଶ (ସଂଶୋଧନ) ବିଲ୍ 2020

17. ଉତ୍ତରପ୍ରଦେଶ ସ୍ବତନ୍ତ୍ର ସୁରକ୍ଷାବଳ ଅର୍ଡିନାନ୍ସ, 2020

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.