ETV Bharat / bharat

ଚୀନ ମେସିନ ବର୍ଜନ କଲେ ଉତ୍ତରାଖଣ୍ଡ ରାଇସ ମିଲର, ଅଧିକ 5 ଲକ୍ଷ ଦେଇ କିଣିଲେ ଜାପାନ ମେସିନ

ଭାରତ ଚୀନ ସୀମା ବିବାଦ ଓ ଲଦାଖର ଗଲବାନ ଘାଟିରେ 20 ଭାରତୀୟ ଯବାନ ଶହୀଦ ହେବା ପରେ ଦେଶରେ ଚୀନ ସାମଗ୍ରୀ ବର୍ଜନ ଜୋର ଧରିଛି । ଉତ୍ତରାଖଣ୍ଡର ଅନେକ ରାଇସ ମିଲ ମାଲିକ ଏକ ଅଭିନବ ଉପାୟରେ ଚୀନ ସାମଗ୍ରୀ ବର୍ଜନ କରିଛନ୍ତି । ଅଧିକ ପଢନ୍ତୁ...

ଚୀନ ମେସିନ ବର୍ଜନ କଲେ ଉତ୍ତରାଖଣ୍ଡ ରାଇସ ମିଲର

author img

By

Published : Jun 28, 2020, 3:11 PM IST

ନୂଆଦିଲ୍ଲୀ: ଭାରତ ଚୀନ ସୀମା ବିବାଦ ଓ ଲଦାଖର ଗଲବାନ ଘାଟିରେ 20 ଭାରତୀୟ ଯବାନ ଶହୀଦ ହେବା ପରେ ଦେଶରେ ଚୀନ ସାମଗ୍ରୀ ବର୍ଜନ ଜୋର ଧରିଛି । ଅନେକ ସଂଗଠନ ତଥା ଲୋକେ ସ୍ବତପ୍ରବୃତ୍ତ ଭାବେ ଆଗକୁ ଆସି ଚୀନ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଦେଉଛନ୍ତି । ଏପରିକି ଦେଶରେ ଚୀନ ବିରୋଧୀ ମାହୋଲ ଏତେ ମାତ୍ରାରେ ବ୍ୟାପକ ହୋଇଛି ଯେ, ଅନେକ ସ୍ଥାନରେ ଲୋକେ ଚୀନ ଦ୍ବାରା ପ୍ରସ୍ତୁତ ଟିଭି ଭାଙ୍ଗୁଥିବା ଦେଖିବାକୁ ମିଳୁଛି ।

ଏପରିସ୍ଥଳେ ଉତ୍ତରାଖଣ୍ଡର ଅନେକ ରାଇସ ମିଲ ମାଲିକ ଏକ ଅଭିନବ ଉପାୟରେ ଚୀନ ସାମଗ୍ରୀ ବର୍ଜନ କରିଛନ୍ତି । ମିଲ ପାଇଁ ଆବଶ୍ୟକ ଥିବା ମେସିନ ଚୀନ ବଦଳରେ ଜାପାନଠାରୁ କିଣିବାକୁ ଇଚ୍ଛା କରିଛନ୍ତି । ଚୀନ କମ୍ପାନୀକୁ ଦେଇଥିବା ଅର୍ଡରକୁ ପ୍ରତ୍ୟାହାର କରି 5 ଲକ୍ଷ ଅଧିକ ମୂଲ୍ୟରେ ଜାପାନ କମ୍ପାନୀ ଠାରୁ କିଣିବା ଲାଗି ପ୍ରସ୍ତୁତ ହୋଇଛନ୍ତି ।

ରାଜ୍ୟର ୟୁଏସ ନଗର ଜିଲ୍ଲାରେ ଥିବା 257ଟି ମିଲର ପାଖାପାଖି 174ଟି ମିଲରେ ଚାଇନା କମ୍ପାନୀ ଦ୍ବାରା ପ୍ରସ୍ତୁତ ମେସିନ ଲାଗିଛି । ଜାପାନ କମ୍ପାନୀ ଠାରୁ ଚାଇନାର କମ ଦାମ ଥିବାରୁ ମାଲିକ ମାନେ ଏହାକୁ ଭାରତୀୟ ଡିଲରଙ୍କ ସହାୟତାରେ କିଣି ଲଗାଇଥାନ୍ତି । କିନ୍ତୁ ଲଦାଖ ଘଟଣା ପରେ ମାଲିକ ମାନେ ଆଉ ଚାଇନା ଜିନିଷ କିଣିବେ ନାହିଁ ବୋଲି ନିଷ୍ପତ୍ତି ନେଇ ବରାଦ ଦେଇଥିବା ସମସ୍ତ ମେସିନକୁ କ୍ୟାନସଲ କରିଛନ୍ତି ।

ଜାପାନ ମେସିନ 5 ଲକ୍ଷ ଟଙ୍କା ଅଧିକ ଜାଣି ମଧ୍ୟ କିଣିବା ପାଇଁ ବରାଦ ଦେଇଛନ୍ତି । ସୂଚନା ଥାଉକି, ଚାଇନାର ରାଇସ ମେସିନ 18 ଲକ୍ଷ ଟଙ୍କା ପଡୁଥିବା ବେଳେ ଜାପାନର 23 ଲକ୍ଷ ଟଙ୍କା ପଡୁଛି । ତେବେ ଏପରି କରି ସେମାନେ ଦେଶର ଯ଼ବାନଙ୍କ ସହିତ ଛିଡା ହୋଇଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.