ଡେରାଡୁନ: 40 ଦିନର ଲକ ଡାଉନ୍ ମଦପ୍ରେମୀଙ୍କୁ ବହୁତ ହତାଶ କରିଥିଲା । ତେବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ସୋମାର ମଦ ଦୋକାନ ଖୋଲାଯାଇଛି । ଦିଲ୍ଲୀ ଏନସିଆର ସମେତ ଅନ୍ୟ କିଛି ଅଞ୍ଚଳରେ ମଦ ଦୋକାନ ବାହାରେ ଲମ୍ବା ଧାଡି ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ନୈନିତାଲରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ ।
ନୈନିତାଲ ମଲ୍ ରୋଡରେ ଥିବା ଏକ ମଦ ଦୋକାନରେ ମଦ କିଣିବା ପାଇଁ କୁଆପଥର ବର୍ଷାରେ ବି ଲୋକେ ଧାଡିରେ ଠିଆ ହୋଇଛନ୍ତି । ସେମାନଙ୍କ ଭିତରୁ କିଛି ଲୋକ ଛତା ଧରିଥିବା ବେଳେ କିଛି ଲୋକ ଏଭଳି ପାଗରେ ବିନା ଛତାରେ ଅପେକ୍ଷା କରିଥିଲେ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ 60 ଟି କୋରୋନା ଆକ୍ରାନ୍ତ ମାମଲା ରେକର୍ଡ କରାଯାଇଛି। ଏହାସହ ମହାମାରୀ କୋରୋନା ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମାରେ ଦର୍ଶାଇଛି ଯେ,ସର୍ବନିମ୍ନ ଛଅ ଫୁଟ ସାମାଜିକ ଦୂରତା ସୁନିଶ୍ଚିତ କରିବା । ମଦ, ପାନ, ତମାଖୁ ବିକ୍ରିକୁ ଅନୁମତି ଦିଆଯିବ ଏବଂ କୌଣସି ଦୋକାନରେ ଥରେ 5 ରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବା ଉଚିତ ନୁହେଁ। ଏହି ଆଦେଶରେ ଦର୍ଶାଯାଇଛି ଯେ ଲକ ଡାଉନ ସମୟରେ ସର୍ବସାଧାରଣ ସ୍ଥାନରେ ମଦ, ପାନ, ଗୁଟଖା, ତମାଖୁ ଇତ୍ୟାଦି ବ୍ୟବହାର କରିବାକୁ ଅନୁମତି ନାହିଁ। ମେ 4 ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକ ଡାଉନ୍ ବୃଦ୍ଧିକୁ ମଧ୍ୟ ପାଳନ କରାଯିବ ।