ଡେରାଡୁନ: ଉତ୍ତରକାଶୀରେ ଥିବା ନେହରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିୟରିଂ ବା ନେହରୁ ପର୍ବତାରୋହଣ ସଂସ୍ଥା(ନିମ) ପର୍ବତାରୋହଣ କ୍ଷେତ୍ରରେ ଆଉ ଏକ ସଫଳତା ହାତେଇଛି । ଏହି ଇନ୍ଷ୍ଟିଚ୍ୟୁଟର ଏକ 7 ଜଣିଆ ଦଳ ଫ୍ରାନ୍ସର ସର୍ବୋଚ୍ଚ ପର୍ବତ ମାଉଣ୍ଟ ବ୍ଲାକ ସଫଳତାର ସହ ଆରୋହଣ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଏହି 7 ଜଣିଆ ଦଳ ଫ୍ରାନ୍ସର ଏକ ପର୍ବତାରୋହଣ ଦଳ ସହିତ ଏହାକୁ ଆରୋହଣ କରିଥିଲା । ଏହି ଦଳରେ ନିମର ଅଧ୍ୟକ୍ଷ କର୍ଣ୍ଣେଲ ଅମିତ ବିଷ୍ଟଙ୍କ ନେତୃତ୍ବରେ ଏହି ପର୍ବତାରୋହଣ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଦଳରେ ଅମିତଙ୍କ ବ୍ୟତୀତ ସୁବେଦାର ମଣିରାମ ରାୟ, ଚତ୍ତର ସିଂହ, ଗିରିଶ ରାଣାକୋଟୀ, ବିନୋଦ ଗୁସାଇ ପ୍ରମୁଖ ଦଳରେ ସାମିଲ ଥିଲେ ।
ଏହି ଦଳ ଚଳିତ ମାସ 15 ତାରିଖରୁ ଆରୋହଣ ଆରମ୍ଭ କରିଥିଲା । 4810 ମିଟର ଉଚ୍ଚ ଫ୍ରାନ୍ସର ଏହି ସର୍ବୋଚ୍ଚ ପର୍ବତର ଶିଖରରେ ନିମ ଦଳ 23 ସେପ୍ଟେମ୍ବରରେ ପହଞ୍ଚିଥିଲେ । ସେହି ଉଚ୍ଚରେ ଦଳର ସଦସ୍ୟମାନେ ରେସକ୍ୟୁ ବା ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟର ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।
ଦଳର ସଫଳତା ନେଇ ନିମର ଅଧ୍ୟକ୍ଷ କହିଛନ୍ତି କି ନିମ ଓ ଫ୍ରାନ୍ସର ଏକ ପର୍ବତାରୋହଣ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ପ୍ରତ୍ୟେକ ବର୍ଷ କୋର୍ସ ଆଦାନ ପ୍ରଦାନ କରାଯାଇଥାଏ । ତେବେ ଏହି ନିମ ଦଳର ସଫଳତା ପାଇଁ ସେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଉଦ୍ଧାର କାର୍ଯ୍ୟରେ ଅନେକ ଆଧୁନିକ ଶୈଳୀ ସମ୍ପର୍କରେ ଜାଣିବାକୁ ମିଳିଲା ବୋଲି ସେ କହିଛନ୍ତି ।