ETV Bharat / bharat

କଡ଼ା ସୁରକ୍ଷା ସତ୍ତ୍ବେ ବି ନେତାଙ୍କ ଆକାଉଣ୍ଟ ହ୍ୟାକ - ଉତ୍ତରାଖଣ୍ଡର ନଗର ଉନ୍ନୟନ ମନ୍ତ୍ରୀ ମଦନ କୌଶିକ

ଉତ୍ତରାଖଣ୍ଡର ନଗର ଉନ୍ନୟନ ମନ୍ତ୍ରୀ ମଦନ କୌଶିକଙ୍କର ସମସ୍ତ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା ଜଣାପଡ଼ିଛି । ସ୍ଲୋଭାକିଆର ସାଇବର ଅପରାଧି ଏହି ହ୍ୟାକ କରିଥିବା ଜଣାପଡ଼ିଛି । ମଦନ ବର୍ତ୍ତମାନ ଆମେରିକା ଗସ୍ତରେ ଯାଇଥିବାବେଳେ ଆସନ୍ତା 8 ତାରିଖରେ ଫେରିବେ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ:IANS
author img

By

Published : Nov 2, 2019, 1:03 PM IST

ନୂଆଦିଲ୍ଲୀ: ହାଇଟେକ ଉପାୟରେ ସାଇବର କ୍ରାଇମ । ଏଥର ସାଇବର କ୍ରିମିନାଲଙ୍କ ଶିକାର ହୋଇଛନ୍ତି ଡେରାଡୁନର ମନ୍ତ୍ରୀ ମଦନ କୌଶିକ । ମଦନ କୌଶିକ ଏବେ ଉତ୍ତରାଖଣ୍ଡର ନଗର ଉନ୍ନୟନ ମନ୍ତ୍ରୀ ରହିଛନ୍ତି । ମଦନ ଏବେ ଆମେରିକା ଗସ୍ତରେ ଥିବାବେଳେ ସ୍ଲୋଭାକିଆର ଜଣେ ସାଇବର ଅପରାଧୀ ତାଙ୍କର ସମସ୍ତ ଆକାଉଣ୍ଟ ହ୍ୟାକ କରିନେଇଥିବା ଜଣାପଡ଼ିଛି । ତେବେ ଏହା ପୂର୍ବରୁ ଉକ୍ତ ମନ୍ତ୍ରୀଙ୍କ ସମସ୍ତ ଆକାଉଣ୍ଟକୁ ହ୍ୟାକ କରିବା ପାଇଁ ତୁର୍କୀର ଜଣେ ହ୍ୟାକର ପ୍ରୟାସ କରିଥିଲା । ମାତ୍ର ସ୍ଲୋଭାକିଆର ଏହି ଅପରାଧୀ ଜଣକ ହ୍ୟାକ କରିବାରେ ସଫଳ ହୋଇଛି ।

ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ରାଜନୈତିକ ମହଲରେ ବେଶ ହଇଚଇ ସୃଷ୍ଟି ହୋଇଛି । ମଦନଙ୍କ ଫେସବୁକ, ଟ୍ବିଟର, ଜିମେଲ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡ଼ିଛି । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଅରୁଣମୋହନ ଯୋଶୀ । ।

ଯୋଶୀ କହିଛନ୍ତି କି, ମନ୍ତ୍ରୀଙ୍କ କର୍ମଚାରୀଙ୍କ ପକ୍ଷରୁ ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଏହି ମାମଲା ରୁଜୁ ହେବା ପରେ ଉତ୍ତରାଖଣ୍ଡର ସାଇବର ସେଲକୁ ଏହା ହସ୍ତାନ୍ତର କରାଯାଇଛି । ଏନେଇ ମନ୍ତ୍ରୀ ମଦନଙ୍କ ଲୋକସମ୍ପର୍କ ଅଧିକାରୀ ସୁମିତ ଭାର୍ଗବ କହିଛନ୍ତି କି, ଅକ୍ଟୋବର 30 ତାରିଖ ମଧ୍ୟରାତ୍ରୀରେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା ।

ସୂଚନାଯୋଗ୍ୟ ମଦନ ଉତ୍ତରାଖଣ୍ଡର ପ୍ରତିଷ୍ଠିତ ଚରିତ୍ର । ତାଙ୍କର ସର୍ବାଧିକ ଲୋକପ୍ରିୟତା କାରଣରୁ ତାଙ୍କର ଏହି ସୋସିଆଲ ମିଡ଼ିଆର ଆକାଉଣ୍ଟ ଗୁଡ଼ିକ ପ୍ରାୟତଃ ସବୁବେଳେ ଖୋଲାଥାଏ । ଏହାକୁ ମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀମାନେ ହ୍ୟାଣ୍ଡେଲ କରିଥାଆନ୍ତି । ତେବେ 31 ତାରିଖ ସକାଳେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରାଯାଇଥିଲା । ମାତ୍ର ତାହା ଲଗଇନ ହୋଇନଥିଲା ବୋଲି ଲୋକସମ୍ପର୍କ ଅଧିକାରୀ ସୁମିତ କହିଛନ୍ତି । ପରେ ଆକାଉଣ୍ଟ ସବୁ ହ୍ୟାକ ହୋଇଥିବା ଜଣା ପଡ଼ିଥିଲା ବୋଲି ସେ ସୂଚନା ଦେଇଛନ୍ତି ।

ସେପଟେ ତଦନ୍ତ କରୁଥିବା ପୋଲିସ କର୍ମଚାରୀ କହିଛନ୍ତି କି, ଏହି ଆକାଉଣ୍ଟ ହ୍ୟାକ କରିବା ପାଇଁ ତୁର୍କିରୁ ପ୍ରୟାସ କରାଯାଇଥିଲା । ମାତ୍ର ତାହା ସମ୍ଭବ ହୋଇ ନଥିଲା । ତାହା ପ୍ରଥମ ପ୍ରୟାସ ରହିଥିଲା । ମାତ୍ର ପରେ ଦ୍ବିତୀୟ ଥର ସ୍ଲୋଭାକିଆରୁ ପ୍ରୟାସ କରାଯାଇଥିଲା । ଦ୍ବିତୀୟ ଥର ହ୍ୟାକର ସଫଳ ହୋଇଥିଲା । ତେବେ ଏହି ଘଟଣାର ତଦନ୍ତ ସାଇବର ସେଲ ସହିତ ସ୍ପେଶାଲ ଅପରେସନ ଗ୍ରୁପ ମିଳିତ ଭାବେ କରୁଛନ୍ତି । ସୂଚନାଯୋଗ୍ୟ ମଦନ ଆସନ୍ତା 8 ତାରିଖ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି ।

Intro:Body:

National Issue

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.