ଡେରାଡୁନ: କୋରୋନା ପଞ୍ଝାରେ ଉତ୍ତରାଖଣ୍ତ ନଗର ଉନ୍ନୟନ ମନ୍ତ୍ରୀ । ମନ୍ତ୍ରୀ ମଦନ କୌଶିକ କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ଆଣ୍ଟିଜେଣ୍ଟ ରିପୋର୍ଟ ପଜିଟିଭ ଆସିଥିବା ଉତ୍ତରାଖଣ୍ତ ସଚିବାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ସେ କୋରୋନାରେ ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ରିସିକେସରେ ଥିବା ଏମ୍ସ ହସପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ,ଉତ୍ତରାଖଣ୍ତରେ ଏପର୍ଯ୍ୟନ୍ତ 23,961ଟି କୋଭିଡ ମାମଲା ରହିଥିବା ବେଳେ ଏପର୍ଯ୍ୟନ୍ତ 330 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ 16,056 ଆରୋଗ୍ୟ ଲାଭ କରିଛନ୍ତି ।