ETV Bharat / bharat

ଉତ୍ତରାଖଣ୍ଡ ଲକ୍-ଡାଉନ୍, ଘରକୁ ଫେରିଵାକୁ 87, 000 ଲୋକଙ୍କ ପଞ୍ଜିକରଣ - କୋଭିଡ୍-19 ମୁକାଵିଲା

ଅନ୍ୟ ରାଜ୍ୟରେ ଫସିଥିବା ପ୍ରଵାସୀଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବାକୁ ସୂଚନା ଦେଲେ ଉତ୍ତରାଖଣ୍ଡ ସରକାର । ବାହାରେ ଫସି ଥିବା 87000 ଲୋକ ଘରକୁ ଫେରିବା ପାଇଁ ସରକାରଙ୍କ ପାଖରେ ପଞ୍ଜିକରଣ କରିସାରିଲେଣି।

ଲକଡାଉନ 2.0 , ଘରକୁ ଫେରିଵାକୁ 87000 ଲୋକଙ୍କ ପଞ୍ଜିକରଣ
author img

By

Published : May 2, 2020, 12:16 PM IST

ଉତ୍ତରାଖଣ୍ଡ: ସମଗ୍ର ଦେଶରେ କୋଭିଡ୍-19 ମୁକାଵିଲା ଅପରେସନ୍ ଜୋରଦାର କରାଯାଉଛି। ପ୍ରତ୍ୟେକ ରାଜ୍ୟର ରାଜ୍ୟ ସରକାର ଵାହାରେ ରହୁଥିବା ରାଜ୍ୟଵାସୀଙ୍କୁ ଫେରେଇ ଆଣିବାକୁ ନେଉଛନ୍ତି ଵିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ। ପ୍ରାପ୍ତ ସୂଚନା ଅନୁଯାୟୀ, ଅନ୍ୟ ରାଜ୍ୟରେ ଫସିଥିବା ପ୍ରଵାସୀଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବାକୁ ସୂଚନା ଦେଲେ ଉତ୍ତରାଖଣ୍ଡ ସରକାର । ବାହାରେ ଫସି ଥିବା 87000 ଲୋକ ଘରକୁ ଫେରିବା ପାଇଁ ସରକାରଙ୍କ ପାଖରେ ପଞ୍ଜିକରଣ କରିସାରିଲେଣି।

ଲୋକଙ୍କୁ ସୁରକ୍ଷିତ ଭାଵେ ଘରକୁ ଫେରାଇ ଆଣିଵା ପାଇଁ ଉଚ୍ଚ ଅଧିକାରୀଙ୍କୁ ନିର୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍। ସରକାର ଗତ ଶନିବାର ଠୁ ଅଲଗା ରାଜ୍ୟ ସହ ଫସି ଥିବା ଲୋକଙ୍କ ସୂଚନା ଓ ବିବରଣୀ ସମ୍ପର୍କିତ ଫର୍ମ ପୂରଣ କରିବା ଆରମ୍ଭ କରିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଘରେ ଶୁକ୍ରବାର କରାଯାଇଥିବା ବୈଠକ ରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ କି, ଅନ୍ୟ ରାଜ୍ୟ ରେ ଫସିଥିବା ଲୋକଙ୍କ ପାଇଁ ଭଲ ଯୋଜନା କରାଯାଇ ନିଜ ମାଟିକୁ ଫେରେଇ ଅଣାଯିଵ। ଏହି ଯୋଜନା ରେ ସାମାଜିକ ଦୂରତା,ମାସ୍କ,ସାନିଟାଇଜର୍ ଭଳି ସୁରକ୍ଷା କଵଚର ଯାଞ୍ଚ କଡାକଡି ହେବ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରୀ ହୋଇଥିବା ଗାଇଡ଼ଲାଇନକୁ ପାଳନ କରାଯିଵା ଉପରେ ବିଶେଷ ଦୃଷ୍ଟି ଦିଆଯିବ। ରଜ୍ୟ ଫେରନ୍ତା ହେଲା ପରେ ଘରୋଇ କ୍ୱାରେନଟାଇନ୍ ରହିବା ପାଇଁ ମଧ୍ୟ କଡାକଡି ବ୍ୟବସ୍ଥା କରାଯିବ।

ନୋଡାଲ ଅଧିକାରୀ ଓ ସଚିବ କହିଛନ୍ତି ଯେ,ପଞ୍ଜିକୃତ କରିଥିବା ଅଧିକାଂଶ ଲୋକ ପର୍ଵତୀୟ ଅଞ୍ଚଳରୁ ହୋଇଥିବା ଜଣାପଡିଛି। ତେଵେ ଅନୁଷ୍ଠିତ ଵୈଠକ ରେ ମୁଖ୍ୟ ସଚିବ ଉତ୍ପଳ କୁମାର ସିଂ,ଡିଜିପି ଅନିଲ କୁମାର ରତୁଡି,ସଚିବ ଅମିତ ନେଗୀ,ନୀତେଶ ଝା ,ରାଧିକା ଝା ମଧ୍ୟ ଉପସ୍ଥିତ ରହି କୋରୋନା ମୁକାଵିଲା ସମ୍ପର୍କରେ ମତ ରଖିଥିଲେ। ସବୁଠାରୁ ସମ୍ଵଦନଶୀଳ ଵା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ସରପଞ୍ଚମାନଙ୍କ ଦାଇତ୍ଵକୁ ଵଢାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ,ଉଚ୍ଚ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି କି, ଏଇ ପରିସ୍ଥିତିରେ ସରପଞ୍ଚଙ୍କୁ ସଜାଗ ରହିବାକୁ ହେଵ। ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କ ମନିଟରିଂ କରିବା ସେମାନଙ୍କ ପ୍ରଧାନ କର୍ତ୍ତବ୍ୟ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.