ETV Bharat / bharat

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଓଏସଡି କୋରୋନା ସଂକ୍ରମିତ - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ପୁଣି ଥରେ ସଂଗରୋଧରେ ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ (ଓଏସଡି) କୋରୋନାରେ ସଂକ୍ରମିତ ହେବାପରେ ତ୍ରିବେନ୍ଦ୍ର ସିଂ ସଂଗରୋଧରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଓଏସଡି କୋରୋନା ସଂକ୍ରମିତ

author img

By

Published : Sep 2, 2020, 3:48 PM IST

ଶିମଲା: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ପୁଣି ଥରେ ସଂଗରୋଧରେ ରହିଛନ୍ତି । ଫଳରେ ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକ ଦ୍ୱିତୀୟ ଥର ପାଇଁ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଏକ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ (ଓଏସଡି) କୋରୋନାରେ ସଂକ୍ରମିତ ହେବାପରେ ତ୍ରିବେନ୍ଦ୍ର ସିଂ ସଂଗରୋଧରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତ ସପ୍ତାହରେ ମଧ୍ୟ ଅନ୍ୟ ଜଣେ ଓଏସଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ଜଣେ ପରାମର୍ଶଦାତା କୋରୋନାରେ ସଂକ୍ରମିତ ହୋଇଥିଲେ । ଯାହା ପରେ ସେ 25 ଅଗଷ୍ଟରେ ତିନି ଦିନ ପାଇଁ ସଂଗରୋଧରେ ରହିଥିଲେ । ଏଥିସହ ସେ ନିଜର କୋରୋନା ପରୀକ୍ଷଣ କରିଥିଲେ । ତାଙ୍କର କୋରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଅଗଷ୍ଟ 30 ରେ ସଂଗରୋଧରୁ ବାହାରେ ଆସିଥିଲେ ।

ତେବେ ମୁଖ୍ୟମନ୍ତ୍ରୀ ସଂଗରୋଧରେ ରହିବା ପରେ ଆଜି ଧାର୍ଯ୍ୟ ହୋଇଥିବା ଉତ୍ତରାଖଣ୍ଡର କ୍ୟାବିନେଟର ବୈଠକ ସ୍ଥଗିତ ରଖାଯାଇଛି । ଏହାପୂର୍ବରୁ ଅଗଷ୍ଟ 26 ରେ ତ୍ରିବେନ୍ଦ୍ର ସିଂ ସଂଗରୋଧରେ ରହିବା ହେତୁ ପ୍ରସ୍ତାବିତ ବୈଠକ ସ୍ଥଗିତ ରଖାଯାଇଥିଲା। ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ରାଜ୍ୟରେ କୋରୋନା ସଂକ୍ରମଣ ମାମଲା 20 ହଜାରରେ ପହଞ୍ଚିଛି ଏବଂ 280 ଜଣ ଲୋକ ପ୍ରାଣ ହରାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.