ETV Bharat / bharat

ବିଜେପି ବିଧାୟକ ଆରମ୍ଭ କଲେ ମୋଦି କିଚେନ - ଗଣେଶ ଜୋଶୀ ଆରମ୍ଭ କଲେ ମୋଦି କିଚେନ

କୋରୋନା ଭାଇରସ ପାଇଁ ଘୋଷଣା ହୋଇଥିବା ଲକଡାଉନକୁ ନେଇ ସମସ୍ୟାରେ ଅଛନ୍ତି ଗରିବ ଶ୍ରେଣୀର ଲୋକେ । ଆଉ ତାଙ୍କ ସମସ୍ୟା କଥା ବୁଝିଛନ୍ତି ଉତ୍ତରାଖଣ୍ଡ ମସୁରୀର ବିଜେପି ବିଧାୟକ ଗଣେଶ ଜୋଶୀ । ଗରିବଙ୍କ ପାଇଁ ଖୋଲିଛନ୍ତି ମୋଦି କିଚେନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଜେପି ବିଧାୟକ ଗଣେଶ ଜୋଶୀ ଆରମ୍ଭ କଲେ ମୋଦି କିଚେନ

author img

By

Published : Mar 31, 2020, 9:32 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି । ଏପରି କ୍ଷେତ୍ରରେ ଦିନ ମଜୁରିଆ ଏବଂ ଗରିବ ଶ୍ରେଣୀର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ଉତ୍ତରାଖଣ୍ଡର ମସୁରୀର ବିଜେପି ବିଧାୟକ ଗଣେଶ ଜୋଶୀ ଚାରୋଟି ମୋଦି କିଚେନ ଆରମ୍ଭ କରିଛନ୍ତି । ଗଣେଶ ଜୋଶୀ କହିଛନ୍ତି, ‘ଲକଡାଉନ ସମୟରେ ରାଜ୍ୟରେ କୌଣସି ବ୍ୟକ୍ତି ଭୋକିଲା ନରୁହନ୍ତୁ, ଏକଥା ଚିନ୍ତା କରି ଆମେ ଆମ ବିଧାନସଭାର ଚାରୋଟି ସ୍ଥାନରେ ମୋଦି କିଚେନ ଆରମ୍ଭ କରିଛୁ । ସେହି ସ୍ଥାନଗୁଡିକ ହେଲା ଗଡୀ କୈଣ୍ଟ, ଜାଖନ, ଡୋଭାଲବାଲା ଏବଂ ରାଜପୁର ।’

ସେ ପୁଣି କହିଛନ୍ତି, ‘ଆମଜନମାନସ ର ସହଯୋଗରେ ଏହାର ସଞ୍ଚାଳନ କରାଯାଉଛି । ଯେଉଁଠାରୁ ସୂଚନା ମିଳୁଛି ସେଠାରେ ତୁରନ୍ତ ଭୋଜନର ପ୍ୟାକେଟ ପହଞ୍ଚାଇବାର ବ୍ୟବସ୍ଥା କରୁଛୁ । ପ୍ରଥମ ଦିନରେ 1600 ପ୍ୟାକେଟ ତିଆରି କରାଯାଇଥିଲା । ଆଜିର ଦିନରରେ 2250 ଭୋଜନ ବଣ୍ଟାଯିବାର ବ୍ୟବସ୍ଥା ହୋଇଛି । ଥରକରେ ଗୋଟିଏ କିଚେନରେ ପ୍ରାୟ 600 ଲୋକେ ଭୋଜନ କରିପାରିବେ ।’

ତେବେ ମୋଦି କିଚେନ ନାଁ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ମୋଦି ଗରିବ ଏବଂ ଅସହାୟ ଲୋକଙ୍କ ଚିନ୍ତା କରନ୍ତି । ତେଣୁ ଆମେମାନେ ମଧ୍ୟ ଏହି କାମେ ଲାଗି ପଡିଛୁ ବୋଲି କହିଛନ୍ତି ବିଧାୟକ ଗଣେଶ ଜୋଶୀ । ସୂଚନା ଥାଉକି ଭାରତ ସରକାର କୋରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଏହି ଲକଡାଉନ ଘୋଷଣା କରିଛନ୍ତି । ଫଳରେ କୋରୋନା ଭାଇରସ ସଂକ୍ରମଣଙ୍କ ସଂଖ୍ୟା କମିବ । ଆଉ ଏହାକୁ ସାରାଦେଶ ପାଳନ କରୁଥିବା ନଜର ଆସିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.