ETV Bharat / bharat

ରାହୁଲ-ପ୍ରିୟଙ୍କା ଇଟାଲୀ ଯାଇ ଭୋଟ ମାଗ: ଯୋଗୀ - president

ଏକ ନିର୍ବାଚନୀ ପ୍ରଚାର ସାଧାରଣ ସଭାରେ ଯୋଗୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭାରତ ନୁହେଁ, ଇଟାଲୀରେ ଯାଇ ଭୋଟ ମାଗିବାକୁ କହିଛନ୍ତି ।

ଫାଇଲ ଫଟୋ
author img

By

Published : May 15, 2019, 1:01 PM IST

ଲକ୍ଷ୍ନୌ: ଅନ୍ତିମ ଚରଣ ନିର୍ବାଚନ ପାଇଁ ଝାଳବୁହା ପରିଶ୍ରମ କରୁଛନ୍ତି ଜାତୀୟ ଦଳର ଛାମୁଆ ନେତୃବୃନ୍ଦ । ଏବେ ସପ୍ତମ ପର୍ଯ୍ୟାୟ ଲୋସକଭା ନିର୍ବାଚନକୁ ୟୁପି ରାଜନୀତିରେ ପ୍ରଚାର ମାହୋଲ ସରଗରମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୟୁପି ସିଏମ୍‌ ଯୋଗୀ ଆଦିତ୍ୟ ନାଥ ଜୋରଦାର ପ୍ରଚାର କରୁଛନ୍ତି । ଏକ ନିର୍ବାଚନୀ ପ୍ରଚାରର ସାଧାରଣ ସଭାରେ ଯୋଗୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭାରତ ନୁହେଁ, ଇଟାଲୀରେ ଯାଇ ଭୋଟ ମାଗିବାକୁ କହିଛନ୍ତି ।

ସାଧାରଣ ସଭାରେ ଯୋଗୀ କହିଛନ୍ତି ଯେ ଯେବେ ଦେଶ ଉପରେ କୌଣସି ବିପଦ ଆସେ ସେତେବେଳେ ରାହୁଲ ଗାନ୍ଧୀ ଇଟାଲୀ ଚାଲିଯାଆନ୍ତି । ଯଦି ଦେଶର ସାଧାରଣ ଜନତାଙ୍କ ଦୁଃଖରେ ସାଥି ହୋଇ ପାରୁନାହାଁନ୍ତି କଂଗ୍ରେସ ରାଜକୁମାର । ତେବେ ତାଙ୍କୁ ଇଟାଲୀ ଯାଇ ସେଠାକାର ଜନତାଙ୍କୁ ଭୋଟ ମାଗିବା ଆବଶ୍ୟକ ।

ଏହାସହ ଯୋଗୀ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ମାମୁଁ କ୍ରିଷ୍ଟିୟାନ ମିସେଲ୍‌ 'ଶକୁନି ମାମା'ଙ୍କ ଭଳି । ଅଗଷ୍ଟା-ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନିତୀରେ ସେ ମୁଖ୍ୟ ଦଲାଲ ବୋଲି କହିଛନ୍ତି ୟୁପି ସିଏମ୍‌ । ଭାରତର ଭୋଟର କୌଣସି ପରିସ୍ଥିତିରେ ବି ରାମ-କୃଷ୍ଣଙ୍କୁ ମାନୁ ନଥିବା ଦଳ ପକ୍ଷରେ ମତଦାନ କରିବେ ନାହିଁ ବୋଲି ସେ କହିଛନ୍ତି । ବିରୋଧୀ ଆତଙ୍କବାଦୀଙ୍କ ପ୍ରତି ଅଧିକ ନିଷ୍ଠାବାନ ଓ ଦରଦ ଦେଖାଉଥିବା କଥା ସେ କହିଛନ୍ତି ।

ଏହି ସଭାରେ ଯୋଗୀ ଉତ୍ତରପ୍ରଦେଶ ଏସ୍‌ପି-ବିଏ୍‌ପି ମେଣ୍ଟକୁ ସିଧା ଟାର୍ଗେଟ କରିଛନ୍ତି । ରାଜ୍ୟରେ ମାହୋଲକୁ ଶାନ୍ତି ତଥା ଶୃଙ୍ଖଳିତ କରାଯାଇଥିବାରୁ ଚିର ଶତ୍ରୁ ଏସ୍‌ପି-ବିଏସ୍‌ପି ଗୋଟିଏ ମଞ୍ଚରେ ଏକତ୍ରୀତ ହେବା ସମ୍ଭବପର ହୋଇଛି ବୋଲି ସେ କଟାକ୍ଷ କରିଛନ୍ତି ।

Intro:Body:

prabir 1

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.