ୱାଶିଂଟନ: ଏଫ-16 ଯୁଦ୍ଧ ବିମାନର ଅପବ୍ୟବହାର କରିଛି ପାକିସ୍ତାନ । ଏହି ସମ୍ବନ୍ଧିତ ଏକ ରିପୋର୍ଟକୁ ଭିତ୍ତି କରି ତଦନ୍ତ ଚଳାଇଛି ଆମେରିକା । ଆଉ ପାକିସ୍ତାନ ବିରୁଦ୍ଧରେ ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଚେତାବନୀ ଦେଇଛି ଆମେରିକା ବୈଦେଶିକ ମନ୍ତ୍ରାଳୟ । ଏଏମଆରଏଏଏମର କିଛି ଭଗ୍ନାବଶେଷ ଭାରତୀୟ ବାୟୁସେନା ପ୍ରମାଣ ସ୍ୱରୁପ ଦର୍ଶାଇବା ପରେ ଚେଇଁଛି ଆମେରିକା ।
ଭାରତ-ପାକିସ୍ତାନ ସୀମା ସଂଘର୍ଷରେ ଆମେରିକା ନିର୍ମିତ ଏଫ-16 ଯୁଦ୍ଧ ବିମାନ ବ୍ୟବହାର କରିଥିଲା ପାକିସ୍ତାନ । କଶ୍ମୀର ସ୍ଥିତ ଭାରତୀୟ ସେନା ପ୍ରତିଷ୍ଠା କେନ୍ଦ୍ର ଗୁଡିକରେ ପାକିସ୍ତାନ ବ୍ୟବହାର କରିଥିଲା ଏଫ-16 । କିନ୍ତୁ ଏହା ମିଥ୍ୟା ଅଭିଯୋଗ ବୋଲି କହିଥିଲା ପାକିସ୍ତାନ । ତେବେ ସୀମା ବିବାଦ ପାଇଁ ଏଫ-16 ବ୍ୟବହାର କରି ଆମେରିକା ଏଣ୍ଡ-ୟୁଜର ଚୁକ୍ତିନାମାର ଉଲ୍ଲଙ୍ଘନ କରିଛି ପାକିସ୍ତାନ ।
ତେବେ କେବଳ ଆତଙ୍କବାଦୀ ନିରୋଧ ଅଭିଯାନରେ ଏହି ବିମାନର ବ୍ୟବହାର ନେଇ ଚୁକ୍ତି କରିଛି ଆମେରିକା । ଏହି ଯୁଦ୍ଧ ବିମାନର ବ୍ୟବହାରକୁ ନେଇ ପାଖାପାଖି 12ଟି ସର୍ତ୍ତାବଳୀ ରହିଛି ।