ୱାସିଂଟନ: ଭାରତ ପ୍ରେମରେ ଆମେରିକା । ହାଉଡି ମୋଦି କାଯ୍ୟକ୍ରମର ସଫଳତାକୁ ନେଇ ଭାରତର ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାର୍ଯ୍ୟକ୍ରମ ଶେଷ ହେବା ପରେ ଆମେରିକା ଭାରତକୁ ଭଲପାଉଥିବା ଟ୍ବିଟ କରି କହିଛନ୍ତି ଟ୍ରମ୍ପ ।
ଆମେରିକାର ହୋଷ୍ଟନରେ ଆୟୋଜିତ ହାଉଡି ମୋଦି କାଯ୍ୟକ୍ରମ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ମଞ୍ଚରେ ୫୦ ହଜାରୁ ଅଧିକ ଭାରତୀୟ-ଆମେରେକୀୟଙ୍କୁ ସମ୍ବୋଧିତ କରିଥିଲେ । ଏହା ସହିତ କାର୍ଯ୍ୟକ୍ରମରେ ପରିବର୍ତ୍ତିତ ଭାରତର ଚିତ୍ର ଉପସ୍ଥାପନା କରିଥିଲେ ମୋଦି । ଭାରତ-ଆମେରିକାର ବନ୍ଧୁତ୍ବ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଇଥିଲେ ।
ତେବେ କାର୍ଯ୍ୟକ୍ରମ ଶେଷରେ ମଧ୍ୟ ମୋଦି-ଟ୍ରମ୍ପଙ୍କ ବନ୍ଧୁତ୍ବର ଝଲକ ଦେଖିବାକୁ ମିଳିଥିଲା । ମୋଦିଙ୍କ ବ୍ୟକ୍ତିଗତ ଅନୁରୋଧକ୍ରମେ ଟ୍ରମ୍ପ, ମୋଦିଙ୍କ ସହ ସମଗ୍ର ଷ୍ଟାଡିୟମ ପ୍ରରିକ୍ରମା କରି ଉପସ୍ଥିତ ଲୋକମାନଙ୍କୁ ଅଭିବାଦନ ଜଣାଇଥିଲେ । ଏହି ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା ।