ETV Bharat / bharat

ଭାରତକୁ 3.6 ମିଲିୟନ ଡଲାରର ସାହାଯ୍ୟ ଯୋଗାଇବ ଆମେରିକା

author img

By

Published : May 13, 2020, 6:37 AM IST

ମଙ୍ଗଳବାର ଭାରତକୁ 3.6 ମିଲିୟନ ଡଲାରର ସାହାଯ୍ୟ ଯୋଗାଇବା ନେଇ ଗ୍ରୀନ ସିଗନାଲ ଦେଇଛି ଆମେରିକା ।

us to help india, us-india relation, covid-19, corona fight in india, ଭାରତକୁ ଆମେରିକାର ସାହାଯ୍ୟ, ଭାରତ-ଆମେରିକା ସମ୍ପର୍କ, ଭାରତରେ କୋରୋନା ମୁକାବିଲା, କୋଭିଡ-19
ଭାରତକୁ 3.6 ମିଲିୟନ ଡଲାରର ସାହାଯ୍ୟ ଯୋଗାଇବ ଆମେରିକା

ନୂଆଦିଲ୍ଲୀ: କୋରୋନା ମୁକାବିଲା ଯୁଦ୍ଧରେ ସାରା ବିଶ୍ବ ଗୋଟିଏ ପଟେ ନିଜ ବଳ ଦେଖାଉଥିବା ବେଳେ ଅପରପାର୍ଶ୍ବରେ ଏକାକୀ ଲଢୁଛି କୋରୋନା । ଏପରି ସ୍ଥିତିରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ସାରା ବିଶ୍ବ ବଢାଇଛି ସହାୟତାର ହାତ । ସେ ଭେଣ୍ଡିଲେଟର ହେଉ ଅବା ରିଲିଫ ସାମଗ୍ରୀ, ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ ଅନୁଯାୟୀ ପରସ୍ପରକୁ ସାହାଯ୍ୟ କରୁଛନ୍ତି ରାଷ୍ଟ୍ର ସମୂହ । ଏମିତିରେ ମଙ୍ଗଳବାର ଭାରତକୁ 3.6 ମିଲିୟନ ଡଲାରର ସାହାଯ୍ୟ ଯୋଗାଇବା ନେଇ ଗ୍ରୀନ ସିଗନାଲ ଦେଇଛି ଆମେରିକା ।

ୟୁଏସ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (ସିଡିସି) ମଙ୍ଗଳବାର ଏହି ଘୋଷଣା କରିଛି । ଏହି ଅର୍ଥ ରାଶି ଦ୍ବାରା ଭାରତର ସ୍ବାସ୍ଥ୍ୟ ସେବା ସୁଧାରିବା ସହ ଦେଶରେ ଇନଫେକ୍ସନ ପ୍ରିଭେନ୍ସନ ଆଣ୍ଡ କଣ୍ଟ୍ରୋଲ (ଆଇପିସି) ନିର୍ମାଣ ହେବାର ଯୋଜନା ରହିଛି । ଏଥିସହ ଦେଶରେ ଟେଷ୍ଟିଂ ବ୍ୟବସ୍ଥା ବଢାଇବା ପାଇଁ ଲାବୋରେଟୋରୀର ସଂଖ୍ୟା ବଢାଇବାରେ ଏହି ଅର୍ଥ ରାଶି ବ୍ୟବହୃତ ହେବ । କେବଳ ସେତିକି ନୁହେଁ ଦେଶରେ କୋଭିଡ-19 ଚିକିତ୍ସାକୁ ଅଧିକ ସୁଦୃଢ କରିବା ପାଇଁ ମଧ୍ୟ ଏହି ଅର୍ଥ ରାଶି ଲାଗିବ ବୋଲି ସୂଚନା ରହିଛି ।

ସାରା ଦେଶରେ ଆପାତକାଳୀନ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବ ଏହି ସାହାଯ୍ୟ ବୋଲି ଆଶା ରହିଛି । ସୂଚନା ଅନୁଯାୟୀ ଗତ 20 ବର୍ଷ ମଧ୍ୟରେ କେବଳ ସ୍ବାସ୍ଥ୍ୟ ବିଭାଗୀୟ ସହାୟତା ପାଇଁ ଆମେରିକା ଭାରତକୁ 1.8 ବିଲିୟନ ଡଲାରର ସହାୟତା ଯୋଗାଇବା ସହ ସାମୂହିକ ବିକାଶ ପାଇଁ 2.8ବିଲିୟନ ଡଲାରର ସହାୟତା ପ୍ରଦାନ କରିସାରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.