ETV Bharat / bharat

ଆମେରିକା-ତାଲିବାନ ଶାନ୍ତି ଚୁକ୍ତିନାମା: ଭାରତ ପାଇଁ ଏହାର ନିହିତାର୍ଥ...

ଶନିବାର (29 ଫେବ୍ରୁଆରୀ) ଦିନ କାତାରର ଦୋହାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଆଫଗାନିସ୍ତାନର ତାଲିବାନ ଏକ ଶାନ୍ତି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି । ଭାରତ ପାଇଁ ଏହାର ନିହିତାର୍ଥ ବିଚାରକୁ ନେଲେ ଏହାର ପ୍ରଭାବ ସକାରାତ୍ମକ ହେବ କି ନକାରାତ୍ମକ ହେବ, ତାହା ଅସ୍ପଷ୍ଟ ଓ ତର୍କସାପେକ୍ଷ । ଅଧିକ ଖବର ପଢନ୍ତୁ...

US – TALIBAN PEACE DEAL
ଆମେରିକା-ତାଲିବାନ ଶାନ୍ତି ଚୁକ୍ତିନାମା : ଭାରତ ପାଇଁ ଏହାର ନିହିତାର୍ଥ
author img

By

Published : Mar 3, 2020, 11:31 AM IST

ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତା ଉପରେ ଦୀର୍ଘକାଳୀନ ପ୍ରଭାବର ସାମର୍ଥ୍ୟ ସମ୍ବଳିତ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରାରମ୍ଭିକ ପଦକ୍ଷେପ ସ୍ବରୂପ ଗତ ଶନିବାର (29 ଫେବ୍ରୁଆରୀ) ଦିନ କାତାରର ଦୋହାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଆଫଗାନିସ୍ତାନର ତାଲିବାନ ଏକ ଶାନ୍ତି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି । ଭାରତ ପାଇଁ ଏହାର ନିହିତାର୍ଥ ବିଚାରକୁ ନେଲେ ଏହାର ପ୍ରଭାବ ସକାରାତ୍ମକ ହେବ କି ନକାରାତ୍ମକ ହେବ, ତାହା ଅସ୍ପଷ୍ଟ ଓ ତର୍କସାପେକ୍ଷ ।

9/11 ଆକ୍ରମଣ ପରବର୍ତ୍ତୀ କାଳରେ ଆଫଗାନିସ୍ତାନକୁ ନାରଖାର କରିଦେଇଥିବା ପ୍ରାୟ ଦୁଇ ଦଶନ୍ଧିର ହିଂସା ଓ ଆତଙ୍କବାଦର ଅନ୍ତ ଘଟାଇବା ଏବଂ ଏହି ଯୁଦ୍ଧ ବିଧ୍ବସ୍ତ ଦେଶରୁ ଆମେରିକା ନେତୃତ୍ବରେ ପରିଚାଳିତ ବିଦେଶୀ ସେନା ପ୍ରତ୍ୟାହାର କରିନେବା ଦିଗରେ ବାଟ ଖୋଲିବା ହିଁ ଏହି ନୂତନ ବୁଝାମଣାର ମୂଳ ଉଦ୍ଦେଶ୍ୟ । କିନ୍ତୁ ଯେଉଁ ଢଙ୍ଗରେ ଏହି ବୁଝାମଣା ସଂପାଦିତ ହୋଇଛି, ସେଥିରୁ ଏହା କେବଳ ସାଂପ୍ରତିକ ଯୁକ୍ତରାଷ୍ଟ୍ର ଆମେରିକାର ସ୍ବାର୍ଥକୁ ପ୍ରାଥମିକତା ଦେଉଥିବାର ସଂକେତ ମିଳୁଛି, ଯାହାକି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ବାଚନୀ ବାଧ୍ୟବାଧକତା ସହ ସଂଶ୍ଲିଷ୍ଟ ।

ଏହି ‘ଚୁକ୍ତିନାମା’ର ମୁଖବନ୍ଧ ହିଁ ଆଦେଶାତ୍ମକ ଏବଂ କୌଣସି ଏକ ପ୍ରକ୍ରିୟାରେ ଅନ୍ତର୍ନିହିତ ଏକ ରାଜନୈତିକ ଭଙ୍ଗୁରତାକୁ ସୂଚାଇ ଦିଏ । କାରଣ ଏଥିରେ ଉଲ୍ଲେଖ କରାଯାଇଛି ଯେ, ଆଫଗାନ ତାଲିବାନ ନାମକ ଏଭଳି ଏକ ସତ୍ତା ସହ ଯୁକ୍ତରାଷ୍ଟ୍ର ଆମେରିକା ବୁଝାମଣା କରିଛି, ଯାହାକୁ ଏହା ଆନୁଷ୍ଠାନିକ ସ୍ବୀକୃତି ଦିଏ ନାହିଁ । ଏହିପରି ଭାବରେ ଆନୁଷ୍ଠାନିକ ଦସ୍ତାବିଜରେ ଉଲ୍ଲେଖ କରାଯାଇଛି ଯେ, ‘ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ପାଇଁ, ଯୁକ୍ତରାଷ୍ଟ୍ର ଆମେରିକା ନିଜେ ଏକ ରାଷ୍ଟ୍ର ଭାବରେ ସ୍ବୀକାର କରୁନଥିବା ତାଲିବାନ ନାମରେ ପରିଚିତ ଆଫଗାନିସ୍ତାନ ଇସଲାମିକ ଏମିରେଟ୍‌ ସହିତ 29 ଫେବ୍ରୁଆରୀ, 2020ରେ ଏକ ବୁଝାମଣା କରୁଛି ।’ ଏହି ଶାନ୍ତି ବୁଝାମଣାର ମୂଳକଥା ହେଲା ଯେ, ‘ଆଫଗାନିସ୍ତାନ ମାଟିରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଏହାର ସହଯୋଗୀ ଦେଶ ସମୂହର ସୁରକ୍ଷା ବିରୋଧରେ କୌଣସି ଗୋଷ୍ଠୀକୁ ବା ବ୍ୟକ୍ତିବିଶେଷଙ୍କ ଉପଯୋଗକୁ’ ତାଲିବାନ ପ୍ରତିହତ କରିବ ଏବଂ ପ୍ରତିବଦଳରେ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନରୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ବିଦେଶୀ ସେନା ପ୍ରତ୍ୟାହାର ଲାଗି ଘୋଷଣା ଏବଂ ପ୍ରବର୍ତ୍ତନ ପ୍ରକ୍ରିୟା ଲାଗି ପ୍ରତିଶ୍ରୁତିବଦ୍ଧ ରହିବ । ଦୀର୍ଘ ସମୟ ଧରି ଚାଲିଥିବା ଏକ ଜଟିଳ ବୁଝାମଣା ପ୍ରକ୍ରିୟାରେ, ଆଫଗାନିସ୍ତାନରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ସ୍ବୀକାର କରୁ ନଥିବା ଏକ ଅଦମ୍ୟ ତାଲିବାନ ସହିତ ଯୁକ୍ତରାଷ୍ଟ୍ର ଆମେରିକାକୁ ଆଲୋଚନା କରିବାକୁ ପଡ଼ିଥିଲା ।

ଏଣୁ, ଏହି ବୁଝାମଣାରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ରାଷ୍ଟ୍ରପତି ଅଶରଫ ଘନିଙ୍କ ନେତୃତ୍ବାଧୀନ ଆଫଗାନିସ୍ତାନ ସରକାରଙ୍କ ସଂପର୍କରେ ଉଲ୍ଲେଖ କରାଯାଇ ନଥିଲା । ଅଶରଫ ଘନି ପୁନଃ ନିର୍ବାଚିତ ହୋଇଥିଲେ ହେଁ ଏହି ନିଷ୍ପତ୍ତି ବିରୋଧରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଡକ୍ଟର ଅବଦୁଲ୍ଲା ମାମଲା କରିଛନ୍ତି । ଏଠାରେ ସ୍ମରଣଯୋଗ୍ୟ ଯେ, 11 ସେପ୍‌ଟେମ୍ବର, 2001ର ସେହି ଅଶାନ୍ତିକର ଘଟଣାବଳୀ ପରଠାରୁ ତାଲିବାନ ସହ କୌଣସି ଆଲୋଚନା କରିବାକୁ ଭାରତ ଅନିଚ୍ଛା ପ୍ରକାଶ କରିଆସିଛି ଏବଂ ତାହା ବଦଳରେ ଆଫଗାନିସ୍ତାନରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଶକ୍ତିଶାଳୀ କରିବା ଦିଗରେ ସମର୍ଥନ ଦେଇଆସୁଛି । ପୂର୍ବରୁ, 1999 ଡିସେମ୍ବରରେ କେତେକ ଆତଙ୍କବାଦୀଙ୍କୁ ମୁକ୍ତ କରିବା ଦାବିରେ ଭାରତର ଏକ ବେସାମରିକ ବିମାନ ଅପହରଣ ଘଟଣା ତାଲିବାନର ପ୍ରତ୍ୟକ୍ଷ ସହଯୋଗରେ ସଂଘଟିତ ହୋଇଥିଲା ଏବଂ ଏହି ବିଶ୍ବାସଘାତକତା କାରଣରୁ ହିଁ ଭାରତ ତାଲିବାନକୁ ବିରୋଧ କରିଆସୁଛି । ଅଧିକନ୍ତୁ, 1990 ମଧ୍ୟ ଭାଗରେ ତାଲିବାନ ପ୍ରାଧାନ୍ୟ ବିସ୍ତାର କରିବା ପରଠାରୁ, ଏହି ଗୋଷ୍ଠୀକୁ ରାୱଲପିଣ୍ଡିସ୍ଥିତ ପାକିସ୍ତାନ ସେନା ମୁଖ୍ୟାଳୟରୁ ମିଳୁଥିବା ସମର୍ଥନ ଯୋଗୁଁ ଭାରତର ଆଫଗାନିସ୍ତାନ ନୀତିରେ ପାକିସ୍ତାନ ରୂପରେ ଏକ ଜଟିଳ ଉପାଦାନ ସ୍ଥାନ ପାଇଆସୁଛି ।

ଏ ଅଞ୍ଚଳରେ ଆମେରିକାର ରଣନୀତି ସଂପର୍କିତ ସ୍ବାର୍ଥ ଯୋଗୁଁ ଏହି ସ୍ଥିତି ଘନୀଭୂତ ହେବାରେ ଲାଗିଥିଲା ଏବଂ ଏହା ପରେ ଶୀତଳ ଯୁଦ୍ଧ ରୂପରେ ପ୍ରକଟ ହୋଇଥିଲା । ସେ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା- ସୋଭିଏତ୍‌ ସଂଘ ଶତ୍ରୁତା ଯୋଗୁଁ ସୋଭିଏତ ସଂଘ ଆଫଗାନିସ୍ତାନକୁ ଅକ୍ତିଆର କରିଥିଲା ଏବଂ ଏହା ଫଳରେ 1980 ଦଶକରେ ଆଫଗାନ ମୁଜାହିଦ୍ଦିନ ମୁଣ୍ଡ ଟେକିଥିଲା । ସେତେବେଳେ ରୋନାଲ୍‌ଡ ରେଗାନ୍‌ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଥିଲେ ।

ବିଶ୍ବର ବୃହତ୍‌ ଶକ୍ତି ସମୂହ ଏବଂ ସେମାନଙ୍କ ସହଯୋଗୀ/ଅଂଶୀଦାରଙ୍କ ମଧ୍ୟରେ ବିଭିନ୍ନ ସ୍ତରରେ ଲାଗି ରହିଥିବା ବାଦବିବାଦ ଯୋଗୁଁ 1980ରୁ ଆଫଗାନିସ୍ତାନକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି । ପରିଣାମ ସ୍ବରୂପ, ଭାରତ ଦ୍ବାରା ନିଜସ୍ବ ହିତର ରୂପରେଖ ସ୍ଥିରୀକରଣ ପଛରେ ଯୁକ୍ତରାଷ୍ଟ୍ର ଆମେରିକା-ସୋଭିଏତ୍‌ ସଂଘ ସମାପନ; ଇରାନ୍‌-ସାଉଦି ଆରବ ଧାର୍ମିକ ବିଭାଜନ; ଜିହାଦି ଚିନ୍ତାଧାରାକୁ ପାକିସ୍ତାନର ସମର୍ଥନ ଏବଂ ବର୍ତ୍ତମାନ BRI (ବେଲ୍‌ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌)ରେ ଚୀନର ପୁଞ୍ଜିଲଗାଣ ପ୍ରଭୃତି କାରଣ ସ୍ଥାନିତ ହୋଇଛି ଏବଂ ଏସବୁ ଦ୍ବାରା ଦକ୍ଷିଣ ଏସିଆ ଉପରେ ସାରା ବିଶ୍ବର ରାଜନୈତିକ ଧ୍ୟାନ କେନ୍ଦ୍ରିତ ହୋଇଛି ।

ଫେବ୍ରୁଆରୀ 29ର ଶାନ୍ତି ବୁଝାମଣା ସଂପର୍କରେ ଦିଲ୍ଲୀ ସତର୍କତାର ସହିତ ପ୍ରତିକ୍ରିୟା ରଖିଛି ଏବଂ ଉଲ୍ଲେଖ କରିଛି ଯେ: “ଆଫଗାନିସ୍ତାନ ନେତୃତ୍ବରେ, ଆଫଗାନିସ୍ତାନ କର୍ତ୍ତୃତ୍ବାଧୀନ ଏବଂ ଆଫଗାନିସ୍ତାନ ନିୟନ୍ତ୍ରିତ ଏକ ପ୍ରକ୍ରିୟା ଜରିଆରେ ଆଫଗାନିସ୍ତାନରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ଆଣିବାର ସମସ୍ତ ସୁଯୋଗକୁ ସମର୍ଥନ କରିବା ସହିତ ହିଂସାର ଅନ୍ତ ଘଟାଇବା, ଅନ୍ତର୍ଜାତୀୟ ଆତଙ୍କବାଦ ସହ ସଂପର୍କ ଛିନ୍ନ କରିବା ଦିଗରେ ଏକ ଦୀର୍ଘସ୍ଥାୟୀ ରାଜନୈତିକ ବ୍ୟବସ୍ଥା ସ୍ଥାପନ ହିଁ ଭାରତର ସୁସଂଗତ ନୀତି ହୋଇ ରହିଆସିଛି ।” ଏଥିରେ ଆହୁରି ଉଲ୍ଲେଖ ରହିଛି: “ଜଣେ ନିକଟତମ ପଡ଼ୋଶୀ ଭାବରେ, ଆଫଗାନିସ୍ତାନର ସମସ୍ତ ବର୍ଗକୁ ସୁରକ୍ଷା ପ୍ରଦାନ ସକାଶେ ଏକ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଏବଂ ସମୃଦ୍ଧିଶାଳୀ ଭବିଷ୍ୟତ ଗଠନ ଦିଗରେ ଆଫଗାନିସ୍ତାନର ସରକାର ଓ ଲୋକମାନଙ୍କୁ ଭାରତ ସମର୍ଥନ ପ୍ରଦାନ ଜାରି ରଖିବ ।” ଆଫଗାନ ସରକାର ଉପରେ ଦିଲ୍ଲୀର ଗୁରୁତ୍ବ ପ୍ରଦାନ ହିଁ ପ୍ରାସଙ୍ଗିକ ।

ତାଲିବାନର ଦାବିକୁ ଆଫଗାନିସ୍ତାନ ସରକାର ମାନି ନେବା ପ୍ରସଙ୍ଗକୁ 29 ଫେବ୍ରୁଆରୀର ବୁଝାମଣାରେ ଏଡ଼ାଇ ଦିଆଯାଇଛି ଏବଂ ଏହା ଫଳରେ ଏହି ବୁଝାମଣା କାବୁଲ ସରକାରଙ୍କ ସହ ନୁହେଁ, ବରଂ ସେହି ଆତଙ୍କବାଦୀ ଗୋଷ୍ଠୀ ସହିତ ହୋଇଛି, ଯାହା ବିରୋଧରେ, 18 ବର୍ଷ ହେଲା ଆମେରିକା ଯୁଦ୍ଧ ଚଳାଇ ଆସିଛି ଏବଂ ଏଥିପାଇଁ ବହୁ ମୂଲ୍ୟବାନ ଜୀବନ ଓ ସଂପତ୍ତି ଉତ୍ସର୍ଗ କରିଆସିଛି ।

ତାଲିବାନ ସହିତ ବୁଝାମଣାରେ ଥିବା ପ୍ରତିବଦଳ ବ୍ୟବସ୍ଥା ଅନୁସାରେ ଏହି ଗୋଷ୍ଠୀ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଏହାର “ସହଯୋଗୀ” ଦେଶ ଉପରେ ଆକ୍ରମଣ କରିବ ନାହିଁ ଏବଂ ଏହି ବ୍ୟବସ୍ଥା ଭାରତ ପ୍ରତି ପ୍ରଯୁଜ୍ୟ ନୁହେଁ ।

ଏଣୁ, ଭାରତର ହିତ ବିରୋଧୀ ତତ୍ତ୍ବ ସମୂହ ଏଥିରେ ପ୍ରୋତ୍ସାହିତ ହୋଇପାରନ୍ତି ଏବଂ ଏହା ଫଳରେ ସେମାନେ ଭାରତ ବିରୋଧରେ ଆତଙ୍କବାଦ ସଂପର୍କିତ କାର୍ଯ୍ୟକଳାପ ବୃଦ୍ଧି କରିବାର ସମ୍ଭାବନା ଖୁବ୍‌ ବେଶୀ । ଏଭଳି କ୍ଷେତ୍ରରେ ପାରମ୍ପରିକ ପାକିସ୍ତାନ-ତାଲିବାନ ସଂପର୍କ ହିଁ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ।

ସ୍ବାକ୍ଷରିତ ହେବାର ଦିନକ ଭିତରେ ହିଁ ଫେବ୍ରୁଆରୀ 29 ବୁଝାମଣାର ଦୁର୍ବଳତା ପଦାରେ ପଡ଼ିଗଲାଣି ଏବଂ ୱାଶିଂଟନ୍‌ର ଇଚ୍ଛା ଅନୁସାରେ ଚୁକ୍ତିନାମାରେ ସମ୍ମିଳିତ ଯୁଦ୍ଧବନ୍ଦୀ ବିନିମୟ କାର୍ଯ୍ୟକ୍ରମ ଆଗେଇ ପାରିବ ନାହିଁ ବୋଲି ଆଫଗାନିସ୍ତାନର ରାଷ୍ଟ୍ରପତି ଘନି ସଂକେତ ପ୍ରଦାନ କରିସାରିଲେଣି । ଆଫଗାନିସ୍ତାନରେ ତାଲିବାନର ପୁନର୍ଜୀବନ ଲାଭ ଦ୍ବାରା ହୁଏତ ଆଇଏସ୍‌ଆଇଏସ୍‌ (ଇସ୍‌ଲାମିକ ଷ୍ଟେଟ୍‌) ଏବଂ ଅଲ- କାଏଦାର ବଳକା କେତେକ ଗୋଷ୍ଠୀକୁ ସେମାନଙ୍କ କାର୍ଯ୍ୟକଳାପ ପୁଣି ଆରମ୍ଭ କରିବା ପାଇଁ ସ୍ଥାନ ଓ ସମର୍ଥନ ମିଳିଯିବା ଆଶଙ୍କା ହିଁ ଦିଲ୍ଲୀ ପାଇଁ ଅଧିକ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ, ଫେବ୍ରୁଆରୀ ଶେଷ ଭାଗରେ

ଦିଲ୍ଲୀରେ ସଂଘଟିତ ହିଂସାକୁ ଇସ୍‌ଲାମିକ ଷ୍ଟେଟ୍‌ ଗୁରୁତ୍ବର ସହ ନେଇଛି । ରାଜନୈତିକ ଏବଂ ସାଂପ୍ରଦାୟିକ ଆଭାସ ରହିଥିବା ଏହି ହିଂସାରେ 45 ଜଣ ପ୍ରାଣ ହରାଇଛନ୍ତି ଏବଂ ମୁସଲମାନ ନାଗରିକମାନଙ୍କ ବିରୋଧରେ ଏହା କରାଯାଇଛି ବୋଲି କୁହାଯାଇଛି । ଉତ୍ତର ପୂର୍ବ ଦିଲ୍ଲୀରେ ଜଣେ ମୁସଲମାନଙ୍କୁ ଦଳେ ଲୋକ ନିର୍ଦ୍ଦୟ ଭାବରେ ପିଟୁଥିବାର ଭୟଙ୍କର ଦୃଶ୍ୟକୁ ବ୍ୟବହାର କରି ISISର ସାଇବର ଶାଖା ଏଭଳି ଉତ୍ପୀଡ଼ନର ପ୍ରତିଶୋଧ ନେବା ଲାଗି ଆହ୍ବାନ ଦେଇଛି ଏବଂ ଏହାକୁ ଏହି ଗୋଷ୍ଠୀ ୱିଲାୟତ ଅଲ୍‌-ହିନ୍ଦ ବୋଲି ଅଭିହିତ କରିଛି ।

ଆଜି ପର୍ଯ୍ୟନ୍ତ ଭାରତରୁ ସଦସ୍ୟ ନିଯୁକ୍ତି କ୍ଷେତ୍ରରେ ISକୁ ସୀମିତ ସଫଳତା ମିଳିଛି ସତ, ହେଲେ ଏବେ ଏହା ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଗୁରୁତର ପରିଣତି ସୃଷ୍ଟି କରିବା ସମ୍ଭାବନା ରହିଛି । ଯୁକ୍ତରାଷ୍ଟ୍ର ଆମେରିକା-ତାଲିବାନ ମଧ୍ୟରେ ଫେବ୍ରୁଆରୀ 29ରେ ସଂପାଦିତ ବୁଝାମଣାର ଆଭିମୁଖ୍ୟ ସୀମିତ ଏବଂ ଏହା ସହଜରେ ଭାଙ୍ଗିଯାଇପାରେ । କିନ୍ତୁ ନ୍ୟାୟସଂଗତ ଶାନ୍ତି ସ୍ଥାପନ ଦିଗରେ କଳ୍ପିତ ଫଳାଫଳ ଦିଗରେ ଏହାର ଦୀର୍ଘକାଳୀନ ପ୍ରଭାବ ହୁଏତ ସେତେଟା ସକାରାତ୍ମକ ଏବଂ ସହାୟକ ହୋଇ ନପାରେ । ହାୟ, ଆଫଗାନ ସୁଡ଼ଙ୍ଗ ଶେଷରେ ଥିବା ଆଲୋକ ସେମିତି ନିଷ୍ପ୍ରଭ ହୋଇ ରହିଛି ।

କମୋଡୋର ସି. ଉଦୟ ଭାସ୍କର (ଅବସରପ୍ରାପ୍ତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.