ଓ୍ବାସିଂଟନ: ବିଶ୍ବରେ ଜାରି ରହିଛି ମହାମାରୀ କୋରୋନାର ପ୍ରକୋପ । ଦେଶରେ ମଧ୍ୟ ବଢିଚାଲିଛି ମହାମାରୀ ସଂକ୍ରମଣ । ଏପରି ସ୍ଥିତିରେ କିନ୍ତୁ ଭାରତ ଲହ କାନ୍ଧରେ କାନ୍ଧ ମଶାଇ ଛିଡା ହୋଇଛି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । କୋରୋନା ବିରୋଧରେ ଯୁଦ୍ଧରେ ଭାରତକୁ ସହଯୋଗର ହାତ ବଢାଇବା ସହ ଆମେରିକା ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ 100 ଟି ନୂତନ, ଅତ୍ୟାଧୁନିକ ଭେଣ୍ଟିଲେଟରର ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ 100 ଭେଣ୍ଟିଲେଟରର ଜୁନ 14ରେ ଭାରତରେ ପହଞ୍ଚିଥିଲା ।
ସେବେଠାରୁ ଏହି ଭେଣ୍ଟିଲେଟର ଗୁଡିକୁ ଦେଶର 8ଟି ଏମ୍ସରେ ରୋଗୀଙ୍କ ଚିକିତ୍ସା ପାଇଁ ରଖାଯାଇଛି ।
ଭାରତକୁ ଭେଣ୍ଟିଲେଟର ବିତରଣ ବିଷୟରେ ଘୋଷଣା କରି ଆମେରିକାର ରାଷ୍ଟ୍ରଦୂତ କେନେଥ ଆଇ ଜଷ୍ଟର କହିଛନ୍ତି, ମହାମାରୀ ସମୟରେ ଭାରତକୁ ସହଯୋଗ କରିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତିଶ୍ରୁତି ପୂରଣ କରି ଆମେ ଭାରତକୁ 100 ଭେଣ୍ଟିଲେଟରର ହସ୍ତାନ୍ତର କରି ଅତ୍ୟନ୍ତ ଆନନ୍ଦିତ।
ଭେଣ୍ଟିଲେଟରଗୁଡ଼ିକ ଆମେରିକାରେ ହିଁ ନିର୍ମିତ ହୋଇଛି । ଏହା ସହିତ, ଆମେରିକା ଏକ ପ୍ୟାକେଜ ସହାୟତା ପ୍ରଦାନ କରିଛି ଯେଉଁଥିରେ ୱାରେଣ୍ଟି ଏବଂ ଏହି ମେସିନଗୁଡିକୁ ଚଲାଇବା ପାଇଁ ଆବଶ୍ୟକ ଅତିରିକ୍ତ ଯୋଗାଣ ଯେପରିକି ଟ୍ୟୁବ୍, ଫିଲ୍ଟର୍ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପାଦାନ ଅନ୍ତର୍ଭୁକ୍ତ ରହିଛି ।