ETV Bharat / bharat

ଜାଣନ୍ତୁ ବିଦେଶ ଗସ୍ତବେଳେ ଆମେରିକା ରାଷ୍ଟ୍ରପତିଙ୍କୁ କିଭଳି ଦିଆଯାଏ ସୁରକ୍ଷା... - donald trump india tour

ଚଳିତ ମାସ 24 ଏବଂ 25 ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ପ୍ରସ୍ତୁତି ଚୂଡାନ୍ତ କରିଛି ଆମେରିକା । ତେବେ ଆସନ୍ତୁ ଜାଣିବା ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ କ'ଣ ସବୁ ବ୍ୟବସ୍ଥା ରହିଛି ।

US Secret Service
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
author img

By

Published : Feb 22, 2020, 1:44 PM IST

ହାଇଦ୍ରାବାଦ: ଚଳିତ ମାସ 24 ଏବଂ 25 ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ମଧ୍ୟ ଭାରତ ଆସିବେ । ଭାରତରେ ଟ୍ରମ୍ପଙ୍କ ଭବ୍ୟ ସ୍ବାଗତ ପାଇଁ ବିଭିନ୍ନ ପ୍ରକାର ଆୟୋଜନ କରାଯାଇଛି । ସେପଟେ ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ପ୍ରସ୍ତୁତି ଚୂଡାନ୍ତ କରିଛି ଆମେରିକା । ତେବେ ଆସନ୍ତୁ ଜାଣିବା ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ କ'ଣ ସବୁ ବ୍ୟବସ୍ଥା ରହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଶ୍ବର ସବୁଠୁ ଶକ୍ତିଶାଳୀ ନେତା ବୋଲି ମନେ କରାଯାଏ । ତାଙ୍କୁ ସୁରକ୍ଷା ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ । ପ୍ରେସିଡେଣ୍ଟାଲ ପ୍ରୋଟେକ୍ଟିଭ ଡିଭିଜନର ଏକ ଶାଖା ୟୁନାଇଟେଡ ଷ୍ଟେଟସ୍‌ ସିକ୍ରେଟ ସର୍ଭିସ ରାଷ୍ଟ୍ରପତି ଏବଂ ତାଙ୍କ ପରିବାରର ସୁରକ୍ଷା କରେ । 1865 ମସିହାରେ ସ୍ଥାପିତ ୟୁନାଇଟେଡ ଷ୍ଟେଟସ୍‌ ସିକ୍ରେଟ ସର୍ଭିସ ବିଶ୍ବର ସର୍ବପୁରାତନ ଆମେରିକୀୟ ତଦନ୍ତ ଏଜେନ୍ସି ମଧ୍ୟରୁ ଅନ୍ୟତମ । ଦୀର୍ଘ 100 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ଏଜେନ୍ସି ଆମେରିକାର ରାଷ୍ଟ୍ରପତିଙ୍କ 24 ଘଣ୍ଟିଆ ସୁରକ୍ଷାରେ ନିୟୋଜିତ ରହିଛି । ଏହି ଏଜେନ୍ସି ନିକଟରେ ପ୍ରାୟ 3,200 ସ୍ବତନ୍ତ୍ର ଏଜେଣ୍ଟ ଏବଂ 1300 ୟୁନିଫର୍ମ ପିନ୍ଧା ଅଧିକାରୀ ରହିଛନ୍ତି । ଏହି ଅଧିକାରୀମାନେ ୱାଶିଂଟନର ହ୍ବାଇଟ ହାଉସ, ଟ୍ରେଜେରୀ ଭବନ ଏବଂ ବୈଦେଶିକ ରାଷ୍ଟ୍ରଦୂତଙ୍କ ମିଶନକୁ ସୁରକ୍ଷା ପ୍ରଦାନ କରନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ରାଷ୍ଟ୍ରପତି କୌଣସି ଦେଶ ଗସ୍ତ କରିବା ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରେ ଏହି ଏଜେନ୍ସି । ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଗସ୍ତର ମାସକ ପୂର୍ବରୁ ଏୟାରସ୍ପେସ ଖାଲି କରିବାଠାରୁ ଆରମ୍ଭ କରି ସଡକପଥର ନକ୍ସା ପ୍ରସ୍ତୁତ କରିବା, ହସ୍ପିଟାଲ ଏବଂ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନ ଚିହ୍ନଟ କରିବା ଆଦି ସମସ୍ତ କାର୍ଯ୍ୟ ସମ୍ପନ୍ନ କରେ ଏହି ଏଜେନ୍ସି ।

ରାଷ୍ଟ୍ରପତିଙ୍କ ଯାତ୍ରା ଆରମ୍ଭ ହେବା ପରେ ସୁରକ୍ଷା ଅଧିକାରୀ ତାଙ୍କ ସାଥିରେ ରହି ସୁରକ୍ଷା ପ୍ରଦାନ କରନ୍ତି ।

ରାଷ୍ଟ୍ରପତିଙ୍କ ଯାତ୍ରା ସମୟରେ ପ୍ରାୟ 10 ମାଇଲ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥାଏ । ଏହି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆକାଶପଥର 18000 ଫୁଟ ଉଚ୍ଚତାରେ କୌଣସି ବିମାନ ଉଡିପାରିବ ନାହିଁ କି କୌଣସି ବିମାନବନ୍ଦରରେ ଅବତରଣ କରିପାରିବ ନାହିଁ ।

ସେହିପରି ରାଷ୍ଟ୍ରପତିଙ୍କ ସଡକ ଯାତ୍ରା ସମୟରେ ଏକ 2 ଚକିଆ ବାହନ ଦଳ ସୁରକ୍ଷାର ନେତୃତ୍ବ ନିଅନ୍ତି । ଯେଉଁଥିରେ ପ୍ରାୟ 20ଟି ଗାଡି ସାମିଲ ଥାଏ । ସମୟ ଏବଂ ସୁରକ୍ଷାକୁ ଧ୍ୟାନରେ ରଖି ବନ୍ଦ ରାଜମାର୍ଗର ଅନୁଧ୍ୟାନ କରନ୍ତି ଏହି ବାହନ । ସ୍ଥାନୀୟ ପ୍ରଶାସନ ବ୍ୟତୀତ ଆମେରିକା ରାଷ୍ଟ୍ରପତିଙ୍କ କାରର ଆଗପଛରେ ରହି ସୁରକ୍ଷା ପ୍ରଦାନ କରନ୍ତି ଏମାନେ । ସିକ୍ରେଟ ସର୍ଭିସର କାଉଣ୍ଟର ଟିମ୍‌ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ରହିଥାନ୍ତି । ରାଇଫଲ ବ୍ୟତିତ ଟିମ ପାଖରେ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.