ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ନେଇ ପ୍ରସ୍ତୁତି । ଫେବୃଆରୀ 24ରେ ଟ୍ରମ୍ପ ଆଗ୍ରାର ତାଜମହଲ ଦେଖିବାକୁ ଆସିବେ । ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ ସୁପର କାରକୁ ତାଜମହଲ କ୍ୟାମ୍ପସ ମଧ୍ୟରେ ନେବାକୁ ଅନୁମତି ଦେବାକୁ ୟୁଏସ ସିକ୍ୟୁରିଟି ସର୍ଭିସ୍ କହିଥିବା ବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି ।
ଭାରତ ସରକାର ୟୁଏସ ସିକ୍ୟୁରିଟି ସର୍ଭିସକୁ ତାଜମହଲ ଭିତରକୁ ଯିବାକୁ ଅନୁମତି ଦେଇ ପାରିବା ନାହିଁ କାରଣ ସୁପ୍ରିମକୋର୍ଟର ଆଦେଶ ଅନୁସାରେ କୌଣସି ବାହାର ଯାନବାହନ ତାଜମହଲ ଭିତରକୁ ପ୍ରବେଶ କରିପାରିବ ନାହିଁ ।
ପ୍ରକାଶଥାଉକି, ତାଜମହଲକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଦାଖଲ ହୋଇଥିବା ଯାଚିକାର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡା ମନ୍ତବ୍ୟ ଦେଇଥିଲେ । ତାଜମହଲକୁ ପ୍ରଦୂଷଣରୁ ସୁରକ୍ଷିତ ରଖିବା ପାଇଁ ପ୍ରାୟ 500 ମିଟର ପରିଧି ମଧ୍ୟରେ କୌଣସି ଡିଜେଲ ଓ ପେଟ୍ରୋଲ ବାହନ ଯିବା ଉପରେ ପ୍ରତିବନ୍ଧ ଲଗାଇଛନ୍ତି ।