ୱାସିଂଟନ: ଆସନ୍ତାବର୍ଷ ଭାରତ ଗସ୍ତରେ ଆସିପାରନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ସେ ଭାରତ ଆସିବାକୁ ଯୋଜନା କରୁଥିବା ସରକାରୀ ସୂତ୍ରରୁ ପ୍ରକାଶ। ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରସ୍ତାବିତ ଭାରତ ଗସ୍ତର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ।
2+2 ଡାଇଲଗର ଦ୍ବିତୀୟ ସଂସ୍କରଣ ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ୱାଶିଂଟନ ଗସ୍ତରେ ଯିବେ। ଏହି ସମୟରେ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଭାରତ ଗସ୍ତରେ ଆସିବା ନେଇ ରାଷ୍ଟ୍ରପତି ଟ୍ରମ୍ପ କିଛି ଦିନ ପୂର୍ବେ ଜଣାଇଥିଲେ।
ଏହାବ୍ୟତୀତ ଭାରତ ଏବଂ ଆମେରିକା ମଧ୍ୟରେ ଥିବା ବାଣିଜ୍ୟିକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ ହେଉଛି। ଯେଉଁଥିରେ 'ପ୍ରାରମ୍ଭିକ ଟ୍ରେଟ ପ୍ୟାକେଜ' ଆଲୋଚନା ହେଉଛି । ଏହି କ୍ରମରେ ଗତ ସପ୍ତାହରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଆମେରିକା ଗସ୍ତରେ ଯାଇଥିଲେ । ସେଠାରେ ସେ ଆମେରିକୀୟ ବାଣିଜ୍ୟକ ପ୍ରଦିନିଧି ରବର୍ଟ ଲିଥିଜରଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ସମୟରେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟକୁ ନେଇ ଆଲୋଚନା ହୋଇଥିଲା।