ETV Bharat / bharat

ଟ୍ରମ୍ପ ଦମ୍ପତିଙ୍କ ହାତରେ ଚରଖା, କାନ୍ଧରେ ଖଦି

author img

By

Published : Feb 24, 2020, 12:55 PM IST

Updated : Feb 24, 2020, 2:53 PM IST

ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ପରିଦର୍ଶନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାନ୍ଧରେ ଖଦି ଗାମୁଛା ପକାଇ ହାତରେ ଚରଖା ବୁଲାଇଛନ୍ତି ଟ୍ରମ୍ପ ଦମ୍ପତି । ଏହା ବିଶ୍ବକୁ ଦେଉଛି ଶାନ୍ତି ଓ ମୈତ୍ରୀର ମହାନ ସନ୍ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂଜ୍ୟ ବାପୁଜୀଙ୍କ ଜୀବନୀ ଓ ଗାନ୍ଧୀଙ୍କ ବିଚାରକୁ ଟ୍ରମ୍ପ ଦମ୍ପତିଙ୍କୁ ଅବଗତ କରାଇଛନ୍ତି । ଅଧିକ ପଢନ୍ତୁ...

US President Donald Trump
US President Donald Trump

ଅହମ୍ମଦାବାଦ:ଭାରତର ବୈଭମୀ ପରମ୍ପରା ଓ ଐତିହ୍ୟ ବିଶ୍ବ ବିଦିତ । ନିଜ ପରମ୍ପରକୁ ଜାବୁଡ଼ି ଧରିଥିବା ଏହି ମହାନ ଦେଶ ସର୍ବଦା ଅତିଥିଙ୍କୁ ନିଜ ଆଡ଼କୁ କରିଥାଏ ଆକର୍ଷିତ । ଯାହା ପୁନର୍ବାର ଆଜି ପ୍ରମାଣିତ ହୋଇଯାଇଛି । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରନେତା ମହାତ୍ମା ଗାନ୍ଧୀଙ୍କ ମହାତ୍ମ୍ୟକୁ ବୁଝିବା ସହ ପୂଜ୍ୟ ବାପୁଜୀଙ୍କ ଚରଖାକୁ ନିଜ ହାତରେ ଚଳାଇଛନ୍ତି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ପରିଦର୍ଶନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଆମେରିକାର ପ୍ରଥମ ମହିଳା ତଥା ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ । ଆଶ୍ରମ ପହଞ୍ଚିବା ପରେ ଟ୍ରମ୍ପ, ମେଲାନିଆ ଏବଂ ମୋଦି ଗାନ୍ଧିଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ଟ୍ରମ୍ପ ଦମ୍ପତ୍ତି ଚରଖା ଚଳାଇଥିଲେ ।

US President Donald Trump
ଟ୍ରମ୍ପ ଙ୍କ ଦସ୍ତଖସ୍ତ

ଯେଉଁ ଚରଖାକୁ ଦିନେ ଜାତିର ଜନକ ନିଜେ ଚଳାଉଥିଲେ । ଇଂରାଜୀଙ୍କ ବସ୍ତ୍ର ବର୍ଜନ କରିବାର ଶପଥ ନେଇ ସ୍ବଦେଶୀ ବସ୍ତ୍ରକୁ ଆପଣେଇ ନେଇଥିଲେ । ସତ୍ୟ , ଶାନ୍ତି ଓ ଅହଂସାର ବାର୍ତ୍ତା ଦେଉଥିବା ସାବରମତୀ ଆଶ୍ରମରେ ପହଁଚି ଏସବୁକୁ ତନଖି ଦେଖିଛନ୍ତି ଆମେରିକା ରାଷ୍ଟ୍ରପତି ।

US President Donald Trump
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

କାନ୍ଧରେ ଖଦୀ ଗାମୁଛା, ହାତରେ ଚରଖା ବୁଲାଇବା ଏହା ବିଶ୍ବକୁ ଦେଉଛି ଶାନ୍ତି ଓ ମୈତ୍ରୀର ମହାନ ସନ୍ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂଜ୍ୟ ବାପୁଜୀଙ୍କ ଜୀବନୀ ଓ ଗାନ୍ଧୀଙ୍କ ବିଚାରକୁ ଟ୍ରମ୍ପ ଦମ୍ପତିଙ୍କୁ ଅବଗତ କରାଇଛନ୍ତି ।

ପତ୍ନୀ ମେଲାନିଆ, ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦି ସାବରମତୀର ବାରଣ୍ଡାରେ ବସିବା ସହ ପରିଭ୍ରମଣ ତାଲିକାରେ ନିଜର ଦସ୍ତଖସ୍ତ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ବଡ଼ ବନ୍ଧୁ କହିବା ସହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Last Updated : Feb 24, 2020, 2:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.