ETV Bharat / bharat

ପାକିସ୍ତାନ ସମସ୍ତ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ

ଆତଙ୍କବାଦୀଙ୍କ ଚରାଭୂମିକୁ ଛାରଖାର କରିବା ପାଇଁ ଆମେରିକା କଠୋର ପଦକ୍ଷେପ ନେବା ପାଇଁ ଅଣ୍ଟାଭିଡିଛି । ଏନେଇ ଆମେରିକା ସଂସଦରେଏକ ପ୍ରସ୍ତାବ ଆଗତ କରାଯାଇଛି । ଆମେରିକା କଂଗ୍ରେସର ସାଂସଦ ସ୍କଟ ପେରି ସଂସଦରେ ଏହି ପ୍ରସ୍ତାବ ଆଣିଛନ୍ତି ।

author img

By

Published : Mar 29, 2019, 2:13 PM IST

ଡିଜାଇନ ଫଟୋ

ୱାଶିଂଟନ: ଆତଙ୍କବାଦୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ପାକିସ୍ତାନ । ଆତଙ୍କବାଦୀଙ୍କ ଲାଳନପାଳନ କରିବା ସହ ସେମାନଙ୍କୁ ଶରଣ ଦେବାରେ ହେଳା କରି ନଥାଏ ପାକିସ୍ତାନ । ଏଠାରୁ ଶିକ୍ଷାଦୀକ୍ଷା ନେଇ ସାରା ବିଶ୍ୱରେ ତାଣ୍ଡବଲୀଳା ରଚୁଛନ୍ତି ଆତଙ୍କବାଦୀ । ଏବେ ଆତଙ୍କବାଦୀଙ୍କ ଚରାଭୂମିକୁ ଛାରଖାର କରିବା ପାଇଁ ଆମେରିକା କଠୋର ପଦକ୍ଷେପ ନେବା ପାଇଁ ଅଣ୍ଟା ଭିଡିଛି । ଏନେଇ ଆମେରିକା ସଂସଦରେଏକ ପ୍ରସ୍ତାବ ଆଗତ କରାଯାଇଛି । ଆମେରିକା କଂଗ୍ରେସର ସାଂସଦ ସ୍କଟ ପେରି ସଂସଦରେ ଏହି ପ୍ରସ୍ତାବ ଆଣିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆମେରିକା ସଂସଦରେ ଉପସ୍ଥିତ ପ୍ରତିନିଧି ମଣ୍ଡଳ ସଭାରେ ଜମ୍ମୁକାଶ୍ମୀରରେ ପୁଲୱାମାରେ ଗତ ଫେବୃୟାରୀ ୧୪ରେ ହୋଇଥିବା ଆତଙ୍କବାଦୀ ଅକ୍ରମଣକୁ କଡା ନିନ୍ଦା କରାଯାଇଛି । ରିପବ୍ଲିକାନ କଂଗ୍ରେସର ସ୍କଟ ପେରି ସଂସଦରେ ଏହି ପ୍ରସ୍ତାବ ରଖିବା ସହ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଠିକଣା ଜବାବ ଦେବାର ସମୟ ଏବେ ଆସିଛି ବୋଲି କହିଛନ୍ତି । ପାକିସ୍ତାନ ମାଟିରୁ ଆତଙ୍କବାଦୀଙ୍କୁ ସମୂଳେ ନାଶ ପାଇଁ ଆମେରିକା ପ୍ରୟାସ କରୁଛି। ଏହାସତ୍ତ୍ୱେପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରୁଛି ଯାହାର ଲମ୍ବା ଇତିହାସ କାହାରିକୁ ଅଛପା ନହିଁ ।

ପେରୀ ଆହୁରି କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ଫଳରେ ସାଧାରଣ ଜନତାଙ୍କୁ ଜୀବନ ଯାଉଛି । ଏହି ଭଳି ଆତଙ୍କବାଦୀ ଆକ୍ରମଣକୁ ରୋକିବା ବଦଳରେ ପାକିସ୍ତାନ କଠୋରପନ୍ଥୀ ଆତଙ୍କୀଙ୍କୁ କୋଳାଗ୍ରତ କରୁଛି । ଏବେ ପାକିସ୍ତାନକୁ ଏହାର ପରିଣାମ ଭୋଗିବାର ସମୟ ଆସିଛି ବୋଲି ସେ କହିଛନ୍ତି ।

ମହାଶକ୍ତି ରେ ଭାରତ ରଚିଳା ନୂଆ ଇତିହାସ। ଦୃଢତାର ସହ ଶତ୍ରୁ ଙ୍କ ସହ ସାମନା କରିପାରିବ। 

ଆଜି ଭାରତ ରଚିଲା ନୂଆ ଇତିହାସ। ଭାରତ ମହାକାଶରେ ମହାଶକ୍ତି ଭାବରେ ଉଭା ହୋଇଛି। ଏହା ସମସ୍ତ ଭାରତୀୟ ମଣଙ୍କ ପାଇଁ ଗର୍ବ । ଡି ଆର ଡି ଓ ପକ୍ଷରୁ ଅଣ୍ଟି ସଟେଲାଇଟି ମିଶାଇଲି ସଫଳ ପୂର୍ବକ ପରୀକ୍ଷଣ ଭାରତ ପାଇଁ ରଚନା କରିଛି ନୂଆ ଇତିହାସ। ପୃଥିବୀ ଠାରୁ ୩୦୦ କିମି ଦୂରରେ ଥିବା ଲୋ ଆର୍ଥ ଅରବି ଟରେ ସ୍ଥାପିତ ଏକ କୃତ୍ରିମ ଉପଗ୍ରହ କୁ ଏ ସ୍ୟାଟ ମିସାଇଲି ଦ୍ଵାରା ଧୂଂଶ କରାଯାଇଛି।  ଏହି ମିଶନ ଶକ୍ତି ର ସଫଳତା ସହ ଆମେରିକା ରୂଷ ଓ ଚୀନ ପାରେ ଭାରତ ଦୁନିଆର ସବୁଠାରୁ ଶକ୍ତି ଶାଳୀ ରାଷ୍ଟ୍ର ରୂପେ ପରିଗଣିତ ହୋଇଛି।

ଏହି ମିଶନ ଶକ୍ତି ଅପରେସନ ରେ ମାତ୍ର ୩ ମିନିଟ୍ ର ଥିଲା। ଯାହାକୁ ଭାରତୀୟ ବୈଜ୍ଞାନିକ ମାନେ ସଫଳତାର ସହ ହାସଲ କାଇଛନ୍ତି।ଏଥିପାଇଁ ଭାରତ ନିର୍ମିତ ସତେଲାଇଟି କୁ ବ୍ୟବହାର କରାଯାଇଥିଲା। ରକ୍ଷା ସୁରକ୍ଷା ଓ ଯୋଗାଯୋଗ ବ୍ୟତୀତ ଅନେକ କ୍ଷେତ୍ର ରେ ସହାୟତା ମିଳୁଛି। ଏହା ଆତ୍ମରକ୍ଷା କରିବାକୁ ପ୍ରସ୍ତୁତ କରାଯାଇଛି। ଆଣ୍ଟି ସତେଳାଇଟି ଏ ସେଟ ମିଶାଇଲ  ଭାରତକୁ ନୂଆ ଦିଗ ଦେଖାଇବା।

ଲେଫ୍ଟ୍ ଜେନେରାଲ କେ ପି ଧଳସାମନ୍ତ କୁହନ୍ତି ପୃଥିବରେ ପ୍ରାୟ ଦେଶରେ ସତେଲାଇଟ ହେଇଗଲାଣି।ଶକ୍ତିଶାଳୀ ଦେଶ କୁ ଯେପରି ଭାରତ ସାମନା କରିପାରିବ।ଅନ୍ୟ ଦେଶରେ ସାଟେଲାଇଟି ରହିଥିବା ବେଳେ କୌଣସି ସମୟରେ କୌଣସି ଏକ ଦେଶର ଅନେକ ଫଟୋ ଉଠାଇ କିଛି ତଥ୍ୟ ପ୍ରଘଟ ହେବାର ସମ୍ଭାବନା ରହିଥାଏ। ତେବେ ଏହାକୁ ନେଇ   ସମସ୍ତ ଭାରିତିୟ ବୈଜ୍ଞାନିକ ମାନଙ୍କୁ ସାବାସି ଜଣାଇଛନ୍ତି ଲେଫ୍ଟ ଜେନେରାଲ କେ ପି ଧଲସାମନ୍ତ । ପରିଶ୍ରମ ର ଫଳ ମିଳିଛି ପୃଥିବୀ ରେ ଭାରତ ୪ ସ୍ଥାନ ରେ ପହଞ୍ଚି ପାରୁଛି। ଏହି ଜିନିଷ ବହୁତ ପୂର୍ବରୁ ହେବାର ଥିଲା । ଯାହା ଦ୍ଵାରା ଶତ୍ରୁ ଦେଶ ଡରିବାର ସମ୍ଭାବନା ରହିଥାଏ।

ଆଣ୍ଟି ସାଟେଲାଇଟି ରେ ୪ ସ୍ଥାନରେ ଭାରତ ରହିବା ଭାରତୀୟ ମାନଙ୍କ ପାଇଁ ଗର୍ବ। ଭାରତ ଉପରେ ବେଶୀ ନଜର ରଖିଥିବା ଦେଶ ହେଉଛି ଚାଇନା। ଯଦି କୌଣସି ଦେଶ ଭାରତ ର କିଛି ତଥ୍ୟ ନେବାପାଇଁ ଚେଷ୍ଟା କଲେ ବି ଏହାଦ୍ବାରା  ସେହି ସାଟେଲାଇଟି କୁ ମଧ୍ୟ ରଦ୍ଧ୍ କରିପାରିବ । ଏହା ଦ୍ବାରା ଅଧିକ ଶକ୍ତି ଶାଳୀ ହୋଇପାଇବ ଭାରତ। ବିଗ୍ରେଡ ବି ପି ପଟ୍ଟନୟକ କହିଛନ୍ତି।

Byte- ବିଗ୍ରେଡ ବି ପି ପଟ୍ଟନୟକ ।
Byte- ଲେଫ୍ଟ୍ ଜେନେରାଲ କେ ପି ଧଳସାମନ୍ତ ।
All bytes Send mojo

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.