ETV Bharat / bharat

ୟୁଏସରେ ଦିନକୁ ୧ ଲକ୍ଷ ନୂଆ କୋରୋନା ସଂକ୍ରମଣ ଆଶଙ୍କା !

ଯଦି ଲୋକମାନେ ସୁରକ୍ଷା ନିୟମ ଅନୁସରଣ କରିବାରେ ବିଫଳ ହେଲେ ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ 1 ଲକ୍ଷ ନୂତନ ସଂକ୍ରମଣ ଦେଖା ଦେଇପାରେ ବୋଲି କରୋନାଭାଇରସ୍ ଟାସ୍କ୍‌ ଫୋର୍ସ ସଦସ୍ୟ ଡାକ୍ତର ଆଣ୍ଟୋନି ଫାଉଚି ମଙ୍ଗଳବାର ଦିନ କହିଛନ୍ତି। ଅଧିକ ପଢନ୍ତୁ...

author img

By

Published : Jul 1, 2020, 5:42 PM IST

ୟୁଏସରେ ଦୈନିକ ୧ଲକ୍ଷ ନୂଆ କୋରୋନା ସଂକ୍ରମଣ ହୋଇପାରେ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ

ୱାସିଂଟନ୍: ସାରା ବିଶ୍ବରେ ଏବେ କୋରୋନା ଆତଙ୍କ । ଆଉ ଏଥିରେ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଯଦି ଦେଶବାସୀ ସୁରକ୍ଷା ନିୟମ ଅନୁସରଣ କରିବାରେ ବିଫଳ ହେଲେ ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ 1 ଲକ୍ଷ ନୂତନ ସଂକ୍ରମଣ ଦେଖା ଦେଇପାରେ ବୋଲି କରୋନାଭାଇରସ୍ ଟାସ୍କ୍‌ ଫୋର୍ସ ସଦସ୍ୟ ଡାକ୍ତର ଆଣ୍ଟୋନି ଫାଉଚି ମଙ୍ଗଳବାର ଦିନ କହିଛନ୍ତି। ବର୍ତ୍ତମାନ ଆମେରିକାରେ ୪୦ ହଜାରରୁ ଅଧିକ ନୂଆ ସଂକ୍ରମଣ ରିପୋର୍ଟ ହେଉଛି। ଏହି ସଂଖ୍ୟା ହଠାତ ବଦଳି ଯାଇ ୧ ଲକ୍ଷ ହେଲେ ମୁଁ ଆଚମ୍ବିତ ହେବିନା ନାହିଁ ବୋଲି, ସିନେଟ୍ ହେଲ୍‌ଥ୍ ଏଜୁକେସନ୍, ଲେବର ଆଣ୍ଡ୍ ପେନ୍‌ସନ୍ କମିଟିକୁ ସମ୍ବୋଧିତ କରିବା ସମୟରେ ଫାଉଚି ଏଭଳି ଚେତାବନୀ ଦେଇଛନ୍ତି।

ସତ କହିବାକୁ ଗଲେ ଏବେ ଆମେ କୋରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରିନାହୁଁ। ମହାମାରୀ ଖୁବ୍ ଚିନ୍ତାର କାରଣ ହେବାକୁ ଯାଉଛି। ସେ କଥା ଫାଉଚି ଦୃଢ଼ତାର ସହ କହିଛନ୍ତି । ଏପଟେ ଆମେରିକାରେ କୋରୋନା ସଂକ୍ରମଣ ବୃଦ୍ଧି ସତ୍ତ୍ବେ ଗୋଟିଏ ସ୍ଥାନରେ ବହୁସଂଖ୍ୟକ ଲୋକ ଏକତ୍ର ହେଉଛନ୍ତି ଏବଂ ମାସ୍କ ପରିଧାନ କରୁନାହାନ୍ତି। ଆମେରିକୀୟମାନେ ରି-ଓପେନିଙ୍ଗ ଗାଇଡ୍‌ଲାଇନ‌ ପ୍ରତି ଉଚିତ ଧ୍ୟାନ ଦେଉନାହାନ୍ତି । ଏସବୁ ବନ୍ଦ ନହେଲେ ଆମେରିକା ଅନେକ କ୍ଷତି ସହିବ।

ତେବେ ମହାମାରୀ ମୂଳପୋଛ କରିବା ପାଇଁ ଆମକୁ ବ୍ୟକ୍ତିଗତ ଏବଂ ସାମାଜିକ ଉଦ୍ୟମର ଦାୟିତ୍ବରେ ଗୁରୁତ୍ବ ଦେବାକୁ ପଡ଼ିବ ଏବଂ ସମସ୍ତଙ୍କୁ ସେଥିରେ ଭାଗ ନେବାକୁ ପଡ଼ିବ ବୋଲି ଆଣ୍ଟୋନି ଫାଉଚି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.