ମୁମ୍ବାଇ: ଫେସବୁକ ଓ ସିଲଭର ଲେକ ପରେ ଆମେରିକାର ଆଉ ଏକ କମ୍ପାନୀ ଜିଓ ଡିଜିଟାଲ ପ୍ଲାଟଫର୍ମରେ ପୁଞ୍ଜିନିବେଶ କରିବ । ଆମେରିକାର ଘରୋଇ କମ୍ପାନୀ ଭିଷ୍ଟା ଇକ୍ୟୁଟି ପାର୍ଟନର୍ସ ଜିଓରେ 11,367 କୋଟି ଟଙ୍କା ନିବେଶ କରିବ । ଏହା ବଦଳରେ ଭିଷ୍ଟା ରିଲାଏନ୍ସ ଜିଓର 2.3 ପ୍ରତିଶତ ସେୟାର କିଣିବ ।
ଏପ୍ରିଲ ମାସରେ ରିଲାଏନ୍ସ ସହ ଫେସବୁକ ର ଚୁକ୍ତି ତୁଳନାରେ ଭିଷ୍ଟାର ଏହି ନିବେଶ 12.5 ପ୍ରତିଶତ ପ୍ରିମିୟମ ରହିଛି । ଏହି ଚୁକ୍ତି ଦ୍ବାରା ଜିଓ ପ୍ଲାଟଫର୍ମର ଇକ୍ବିଟି ମୂଲ୍ୟ 4.91 ଲକ୍ଷ କୋଟି ଓ ଏଣ୍ଟରପ୍ରାଇଜ ମୂଲ୍ୟ 5.16 ଲକ୍ଷ କୋଟି ଟଙ୍କା ହୋଇଛି ।
ଏପ୍ରିଲ 22ରେ ଫେସବୁକ ଜିଓ ପ୍ଲାଟର୍ଫମରେ 43, 574 କୋଟି ପୁଞ୍ଜି ନିବେଶ କରି ଜିଓ ପ୍ଲାଟଫର୍ମର 9.9 ପ୍ରତିଶତ ସେୟାର କିଣିବ । ସେହିପରି ମେ 4ରେ ସିଲଭର ଲେକ 5.656 କୋଟି ଟଙ୍କା ପୁଞ୍ଜି ନିବେଶ କରିବା ନେଇ ଘୋଷଣା କରିଛି ।
@ANI