ୱାସିଂଟନ: ଇରାକର ମିଲିସିଆ ବେସ ଉପରେ ପାଲଟା ଆକ୍ରମଣ କରିଛି ଆମେରିକା । ଇରାକର ତାଜି ମିଲିଟାରୀ ବେସ୍ ଉପରେ ରକେଟ ଆକ୍ରମଣରେ ଦୁଇ ଜଣ ଆମେରିକୀୟଙ୍କ ସମେତ ତିନିଜଣ କୋଏଲେସନ୍ କର୍ମୀ ନିହତ ହୋଇଥିଲେ । ଏହା ପରେ ଆମେରିକା ସିରିଆ ସୀମାରେ ଥିବା ଅନବର ପ୍ରଦେଶର ଇରାକ ମିଲିସିଆ ବେସ ଉପରେ ଏୟାର ଷ୍ଟ୍ରାଇକ କରିଥିଲା ।
15ରୁ ଅଧିକ ଛୋଟ ରକେଟ ଇରାକର ମିଲିସିଆ ବେସକୁ ମାଡ ହୋଇଛି ବୋଲି ଆମେରିକା ନେତୃତ୍ୱାଧୀନ ମିଳିତ ବାହିନୀ କହିଛି ।
@ ANI