ETV Bharat / bharat

କଂଗ୍ରେସ ଛାଡ଼ିଲେ ଉର୍ମିଳା

5 ମାସର କାର୍ଯ୍ୟ ପରେ କଂଗ୍ରେସ ଛାଡ଼ିଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । ଦଳୀୟ କନ୍ଦଳକୁ ବିରୋଧ କରି ସେ କଂଗ୍ରେସ ଛାଡ଼ିଥିବା ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 10, 2019, 5:01 PM IST

ନୂଆଦିଲ୍ଲୀ: କଂଗ୍ରେସର ତୃଣମୂଳ ସ୍ତରରୁ ଆଜି ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ଉର୍ମିଳା ମାତୋଣ୍ଡକର ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି ।

ରାଜନୈତିକ ଓ ସାମାଜିକ ସ୍ତରରେ ମୋତେ କାମ କରିବାର ରହିଛି । ମାତ୍ର ଦଳରେ ଗୁରୁତର ଭାବେ ମତଭେଦ ରହିଛି । ଫଳରେ ଦଳୀୟ କନ୍ଦଳ ବଢୁଥିବାରୁ ମୁଁ ଇସ୍ତଫା ଦେଉଛି ବୋଲି ଉର୍ମିଳା କହିଛନ୍ତି । ଏହା ସହିତ ଦଳୀୟ କାର୍ଯ୍ୟରେ ତାଙ୍କର ସମ୍ମାନ ହାନି ମଧ୍ୟ ହୋଇଥିବା ନେଇ ସେ ଅଭିଯୋଗ ମଧ୍ୟ କରିଛନ୍ତି।

ସୂଚନା ଯୋଗ୍ୟ ଉର୍ମିଳା ଚଳିତ ବର୍ଷ ମାର୍ଚ୍ଚରେ କଂଗ୍ରେସରେ ଯୋଗ ଦେଇଥିଲେ । ଏହା ସହିତ ସେ ଉତ୍ତର ମୁମ୍ବାଇ ଲୋକସଭା ଆସନରୁ ନିର୍ବାଚନ ମଧ୍ୟ ଲଢିଥିଲେ । ଏହି ନିର୍ବାଚନରେ ସେ ବିଜେପି ନେତା ଗୋପାଳ ସେଟ୍ଟିଙ୍କ ଠାରୁ ପରାସ୍ତ ହୋଇଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.