ETV Bharat / bharat

ନିଯୁକ୍ତି ସଙ୍କଟ ହଟାଇବା ପାଇଁ ଜରୁରୀ ପଦକ୍ଷେପ ଆବଶ୍ୟକ

ସମଗ୍ର ବିଶ୍ବରେ କୋରୋନା ଆତଙ୍କ ଖେଳାଇଛି । ବିଶ୍ବର ପାଖାପାଖି 188 ଦେଶ କୋରୋନାରେ ପ୍ରଭାବିତ ହୋଇଛନ୍ତି । ଏହି ମହାମାରୀ ବହୁ କ୍ଷେତ୍ରରେ ପ୍ରଭାବ ପକାଇଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନ ଏହି ମହାମାରୀ ନିଯୁକ୍ତି କ୍ଷେତ୍ରରେ ଏକ ଅଦୃଶ୍ୟ ସଙ୍କଟ ଆଣିଛି । ଯାହା 2008 ତୁଳନାରେ ଶୋଚନୀୟ ଅଟେ ।

author img

By

Published : Jul 9, 2020, 8:26 PM IST

corona pendamic
ଚାକିରୀ ସଙ୍କଟ ହଟାଇବା ପାଇଁ ଜରୁରୀ ପଦକ୍ଷେପ ଆବଶ୍ୟକ

ହାଇଦ୍ରାବାଦ: ସମଗ୍ର ବିଶ୍ବରେ କୋରୋନା ଆତଙ୍କ ଖେଳାଇଛି । ବିଶ୍ବର ପାଖାପାଖି 188 ଦେଶ କୋରୋନାରେ ପ୍ରଭାବିତ ହୋଇଛନ୍ତି । ଏହି ମହାମାରୀ ବହୁ କ୍ଷେତ୍ରରେ ପ୍ରଭାବ ପକାଇଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନ ଏହି ମହାମାରୀ ନିଯୁକ୍ତି କ୍ଷେତ୍ରରେ ଏକ ଅଦୃଶ୍ୟ ସଙ୍କଟ ଆଣିଛି । ଯାହା 2008 ତୁଳନାରେ ଶୋଚନୀୟ ଅଟେ ।

ଅର୍ଗାନାଇଜେସନ୍ ଫର ଇକୋନୋମିକ୍ କୋ-ଅପରେସନ ଆଣ୍ଡ ଡେଭଲପମେଣ୍ଟ(ଓଇସିଡି)ର ଏକ ରିପୋର୍ଟ ଅନୁଯାୟୀ, ଏହି ମହାମାରୀରେ କମ୍ ରୋଜଗାରରେ ମହିଳା, ଯୁବକ ଏବଂ ଶ୍ରମିକମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । 2020 ମେ ମାସରେ ଓଇସିଡି ବେକାରୀ ହାର 8.4%କୁ ହ୍ରାସ ପାଇଛି। ଏପ୍ରିଲରେ 3.0 ପ୍ରତିଶତ ପଏଣ୍ଟକୁ ବୃଦ୍ଧି ଘଟିଥିବା ବେଳେ 8.5% ସହିତ ଏହା ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ ବେକାରୀ ହାର ଅଟେ।

2020 ଫେବୃଆରୀରେ ଏହା 5.2% ଥିଲା। ଗତ ମେ ମାସରେ ଓଇସିଡିରେ ବେକାରୀଙ୍କ ସଂଖ୍ୟା 54.5 ମିଲିୟନ ଥିଲା। ଏପ୍ରିଲ ଏବଂ ମେ ମାସରେ ଭ୍ୟାରିଏସନ ଅଭାବ କାରଣରୁ ଫଳାଫଳ ହ୍ରାସ ପାଇଛି । ଗୋଟିଏ ପଟେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ଅର୍ଥନୀତିକୁ ପୁନଃ ଆରମ୍ଭ କରିବା ପରେ ଅନେକ ଅସ୍ଥାୟୀ କର୍ମଚାରୀ କର୍ମକ୍ଷେତ୍ରକୁ ଫେରିଛନ୍ତି ।

ମାତ୍ର ସେଠାରେ ଅସ୍ଥାୟୀ ଛଟେଇ ସ୍ଥାୟୀ ହେବାକୁ ବସିଛି । ଏହା ମଧ୍ୟରେ ଭାରତ ସମେତ ଅନ୍ୟାନ୍ୟ ଦେଶରେ ଛଟେଇ ଏକ ନୂଆ ସ୍ବାଭାବିକ ହୋଇ ମୁଣ୍ଡ ଟେକିଛି । ଓଇସିଡି ରୋଜଗାର ଆଉଟଲୁକ୍ 2020 କହିଛି ଯେ, ଅଧିକ ଆଶାବାଦୀ ପରିସ୍ଥିତିରେ ମଧ୍ୟ ଓଇସିଡି ବିସ୍ତୃତ ବେକାରୀ ହାର 2020ର ଚତୁର୍ଥ କ୍ବାଟରରେ 9.4%ରେ ପହଞ୍ଚିପାରେ।

2021 ଶେଷସୁଦ୍ଧା ମଧ୍ୟ ଲୋକଙ୍କ କାର୍ଯ୍ୟରେ ଅଶୀଂଦାର ସଙ୍କଟ ପୂର୍ବ ସ୍ତରରୁ କମ୍ ରହିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ କାମରେ ମୋଟ ଘଣ୍ଟା ହ୍ରାସ ପାଇଛି । 2008 ବିଶ୍ବ ଆର୍ଥିକ ସଙ୍କଟର ତିନି ମାସ ତୁଳନାରେ ବର୍ତ୍ତମାନର ସଙ୍କଟ ସମୟରେ ପ୍ରଥମ ତିନି ମାସରେ ଦଶଗୁଣ ଦ୍ରୁତ ଗତିରେ ହ୍ରାସ ପାଇଛି।

ପୁନରୁଦ୍ଧାର ପାଇଁ ନିଯୁକ୍ତି ଏବଂ ନିଯୁକ୍ତି ନୀତି ଉପରେ ଏକ ସ୍ୱତନ୍ତ୍ର ଓଇସିଡି ରାଉଣ୍ଡ ଟେବୁଲ୍ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା କରି ଜୋଶ ଲୁଇସ୍ ଏସ୍କ୍ରିଭା ଓଇସିଡି ସେକ୍ରେଟେରୀ ଜେନେରାଲ୍ ଆଞ୍ଜେଲ ଗୁରିଆ କହିଛନ୍ତି, କୋରୋନା ସଙ୍କଟ ମଧ୍ୟରେ ରୋଜଗାର ସଙ୍କଟକୁ ହଟାଇବା ପାଇଁ ଦେଶ ଯଥାସମ୍ଭବ ଉଦ୍ୟମ କରିବା ଆବଶ୍ୟକ।

ଦୀର୍ଘ ଦିନର ଏହି ମାନ୍ଦାବସ୍ତା ଏବଂ ଯୁବକମାନଙ୍କ ବିପଦକୁ କମ୍ କରିବା ପାଇଁ ମାକ୍ରୋଇକୋନୋମିକ ନୀତିଗୁଡିକ ନିଶ୍ଚିତ ଭାବରେ ସହାୟକ ହେବା ଆବଶ୍ୟକ । ତେବେ ଏହି ମହାମାରୀରେ ଅନେକ ପ୍ରଭାବିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏବଂ ଅନୁପଯୁକ୍ତ ଭାବରେ ଚାକିରୀକୁ ବଞ୍ଚାଇବା ପାଇଁ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ପ୍ରଭାବିତ ହୋଇଛନ୍ତି । ବିପଦପୂର୍ଣ୍ଣ ଚାକିରି ସହ ସ୍ବୟଂ ନିଯୁକ୍ତ ଏବଂ ପାର୍ଟ ଟାଇମ ଚୁକ୍ତିରେ ଥିବା ବ୍ୟକ୍ତି ବିଶେଷ ଚାକିରି ଏବଂ ଆୟ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।

ତେବେ ନୂଆ ଚାକିରୀ ଖୋଜିବା ଆଶା ଅନେକଙ୍କ ପାଇଁ ଖରାପ ଅନୁଭୂତି ଆଣିଦେଇଛି । ତେବେ ଏଭଳି କ୍ଷେତ୍ରରେ କେତେକ ଦେଶ ଚାକିରୀ ଖୋଜୁଥିବା ଲୋକଙ୍କୁ ରୋକିବା ପାଇଁ ବେକାରୀ ଲାଭ ସମୟସୀମା ବୃଦ୍ଧି କରିବା ଉଚିତ୍ । ନଚେତ୍ ଏହି ଚାକିରୀ ସଙ୍କଟ ସାମାଜିକ ସଙ୍କଟ ରୂପ ନେବାକୁ ବେଶି ସମୟ ନାହିଁ । ଅର୍ଥାତ୍ ଏହି ଚାକିରୀ ସଙ୍କଟ ସାମାଜିକ ସଙ୍କଟ ରୂପ ନେଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.