ETV Bharat / bharat

6 ଛାତ୍ର କୋରୋନା ପଜିଟିଭ ପରେ ରେଡ ଜୋନରେ ୟୁପିର ଯାଜମଉ ଅଞ୍ଚଳ - UP's Jajmau declared 'red zone'

କଡା ଲକଡାଉନ ସତ୍ତ୍ବେ ଉତ୍ତରପ୍ରଦେଶରେ କୋରୋନା ଚିହ୍ନଟ । 6 ଛାତ୍ରଙ୍କ ଠାରେ କୋରୋନା ଚିହ୍ନଟ ପରେ ଯାଜମଉ ଅଞ୍ଚଳକୁ ରେଡ ଜୋନ ଘୋଷଣା ।

6 ଛାତ୍ର କୋରୋନା ପଜିଟିଭ ପରେ ରେଡ ଜୋନରେ ୟୁପିର ଯାଜମଉ ଅଞ୍ଚଳ

author img

By

Published : Apr 20, 2020, 8:45 AM IST

ଲକ୍ଷ୍ନୌ: ରେଡ ଜୋନରେ ଉତ୍ତରପ୍ରଦେଶର ଯାଜମଉ ଅଞ୍ଚଳ । ରବିବାର 6 ଜଣ ଛାତ୍ରଙ୍କ ଠାରେ କୋରୋନା ପଜିଟିଭ ପରେ ଏ ଅଞ୍ଚଳକୁ କୋରୋନା ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି ।

ସ୍ଥାନୀୟ ପୋଲିସ ଅଫିସରଙ୍କ ଅନୁଯାୟୀ, ଲକଡାଉନ ପର ଠାରୁ ଏମାନେ ଏଠାରେ ରହିଛନ୍ତି । ହେଲେ କେତେକଙ୍କ ମଧ୍ୟରେ କୋରୋନା ଲକ୍ଷଣ ଦେଖାଯିବା ପରେ ଟେଷ୍ଟିଂ କରାଯାଇଥିଲା । ଯେଉଁଥିରେ 6 ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଯାହାକୁ ନଜରରେ ରଖି ଏ ଅଞ୍ଚଳକୁ ରେଡ ଜୋନ ଘୋଷଣା କରିବା ସହ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି । ଏପରିକି ସମସ୍ତଙ୍କୁ ଲକଡାଉନ ନିୟମକୁ କଡାକଡି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରେ ପହଞ୍ଚାଯିବା ବୋଲି କୁହାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.