ETV Bharat / bharat

'ଗୃହରେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି କଂଗ୍ରେସ ସାଂସଦ' - rahul gandhi

ଲୋକସଭାରେ କଂଗ୍ରେସ ସାଂସଦଙ୍କ ବ୍ୟବହାରକୁ ଗୁଣ୍ଡାଗର୍ଦ୍ଦିର ଆଖ୍ୟା ଦେଇଛି ବିଜେପି । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ସାଂସଦ ଠେଙ୍ଗାମାଡର ରାସ୍ତା ଆପଣାଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଅଧିକ ପଢନ୍ତୁ...

uproar-in-lok-sabha
ଲୋକସଭାରେ ହଙ୍ଗାମା
author img

By

Published : Feb 7, 2020, 2:25 PM IST

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ସାଂସଦଙ୍କ ବ୍ୟବହାରକୁ ଗୁଣ୍ଡାଗର୍ଦ୍ଦିର ଆଖ୍ୟା ଦେଇଛି ବିଜେପି । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ସାଂସଦ ଠେଙ୍ଗା ମାଡର ରାସ୍ତା ଆପଣାଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସଂସଦରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କଂଗ୍ରେସ ସାଂସଦ ଦୁର୍ବ୍ୟବହାର କରିବାର ପ୍ରୟାସ କରିଛନ୍ତି । ଯାହା କଂଗ୍ରେସର ହତାଶ ଏବଂ ଗୁଣ୍ଡାଗର୍ଦ୍ଦିର ପ୍ରତୀକ ବୋଲି ପ୍ରହ୍ଲାଦ ଯୋଶୀ କହିଛନ୍ତି ।

ସେପଟେ ବିଜେପି ସାଂସଦ ଜଗଦାମ୍ବିକ ପାଲ ଏହାକୁ କଡା ନିନ୍ଦା କରିବା ସହ କଂଗ୍ରେସ ସାଂସଦଙ୍କ ବ୍ୟବହାର ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ରାହୁଲ ଗାନ୍ଧୀଙ୍କ ବୟାନ ପଢୁଥିଲେ । ଏହି ସମୟରେ କଂଗ୍ରେସ ସାଂସଦ ମନିକମ ଟାଗୋର ତାଙ୍କ ଅଭିମୁଖେ ଯାଇ ତାଙ୍କୁ ଘେରିଥିଲେ ।

ପ୍ରହ୍ଲାଦ ଯୋଶୀ

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ନିର୍ବାଚନ ରାଲିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଦେଶରେ ଏବେ ଯେଉଁ ପରିସ୍ଥିତି ରହିଛି, ସେଥିରୁ ଜଣାପଡ଼ୁଛି ଯେ ଆଗାମୀ 6 ମାସ ମଧ୍ୟରେ ଯୁବପୀଢ଼ି ମୋଦିଙ୍କୁ ଠେଙ୍ଗାରେ ପିଟିବେ ବୋଲି ସେ କହିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହି ପ୍ରସଙ୍ଗ ଲୋକସଭାରେ ଉଠାଇ ଏହାକୁ କଡା ନିନ୍ଦା କରିବାକୁ ସଦନକୁ ଆଗ୍ରହ କରିଥିଲେ । ଏହି ସମୟରେ କଂଗ୍ରେସ ସାଂସଦ ହର୍ଷବର୍ଦ୍ଧନଙ୍କୁ ଘେରିବା ସହ ତାଙ୍କ ଉପରକୁ ଅଙ୍ଗୁଳି ଦେଖାଇଥିଲେ ।

ସୌଜନ୍ୟ: ଏଏନଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.