ETV Bharat / bharat

ଶ୍ରମିକ ଦିବସରେ ଯୋଗୀ ସରକାରଙ୍କ ଭେଟି, 30 ଲକ୍ଷ ଶ୍ରମିକଙ୍କୁ ଭତ୍ତା ଘୋଷଣା - 30 ଲକ୍ଷ ଶ୍ରମିକଙ୍କୁ ଭତ୍ତା ଘୋଷଣା

ଉତ୍ତରପ୍ରଦେଶରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ରାସନର ଦ୍ବିତୀୟ କିସ୍ତି ଆରମ୍ଭ ହେଉଛି । ରାଜ୍ୟ ସରକାର ପ୍ରାୟ 30 ଲକ୍ଷ ଶ୍ରମିକଙ୍କୁ ହଜାର ଟଙ୍କା ଲେଖାଏଁ ଭତ୍ତା ଘୋଷଣା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶ୍ରମିକ ଦିବସରେ ଯୋଗୀ ସରକାରଙ୍କ ଘଷୋଣା
ଶ୍ରମିକ ଦିବସରେ ଯୋଗୀ ସରକାରଙ୍କ ଘଷୋଣା
author img

By

Published : May 1, 2020, 6:09 PM IST

ଲକ୍ଷ୍ନୌ: କୋରୋନା ଭାଇରସ ମହାମାରୀ ହେତୁ ଦେଶରେ ଲକଡାଉନ ଜାରି ରହିଛି ଏବଂ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଘରେ ଅଛନ୍ତି । ଏହି ସଙ୍କଟ ସମୟରେ ଉତ୍ତରପ୍ରଦେଶ ସରକାର 18 କୋଟି ଲୋକଙ୍କୁ ରାସନ ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ରାସନର ଦ୍ବିତୀୟ କିସ୍ତି ଆରମ୍ଭ ହେଉଛି । ଏହା ବ୍ୟତୀତ ରାଜ୍ୟ ସରକାର ଶ୍ରମିକମାନଙ୍କୁ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରୁଛନ୍ତି ।

ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଭତ୍ତା ଯୋଗାଇ ଦେଉଛନ୍ତି । ଏଥିପାଇଁ କେବଳ ରାସନ କାର୍ଡ ଆବଶ୍ୟକ ଏବଂ ଯଦି ରାଜ୍ୟରେ କାହାର ରାସନ କାର୍ଡ ନାହିଁ, ତେବେ ତୁରନ୍ତ ରାସନ କାର୍ଡ ଉପଲବ୍ଧ କରାଇବାକୁ ପ୍ରଶାସନକୁ କୁହାଯାଇଛି ।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଯଦି ରାଜ୍ୟର କୌଣସି ଶ୍ରମିକ ବାହାର ରାଜ୍ୟରେ କିମ୍ବା କୌଣସି ସ୍ଥାନରେ ଅଛନ୍ତି, ତେବେ ସେ ସେଠାରେ ରାସନ କାର୍ଡ ନମ୍ବର ମଧ୍ୟ ଦେଖାଇ ରାସନ ନେଇପାରିବେ । ଏହା ବ୍ୟତୀତ ରାଜ୍ୟ ସରକାର ପ୍ରାୟ 30 ଲକ୍ଷ ଶ୍ରମିକଙ୍କୁ ହଜାର ଟଙ୍କା ଲେଖାଏଁ ଭତ୍ତା ଘୋଷଣା କରିଛନ୍ତି । ଆଜି ଶ୍ରମ ଦିବସ ଅବସରରେ ଯୋଗୀ ଆଦିତ୍ୟନାଥ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ଶ୍ରମିକମାନଙ୍କ ସହ ଯୋଗାଯୋଗ କରିଛନ୍ତି । ଯୋଗୀ ଏହି ଦିନ ଶ୍ରମିକମାନଙ୍କ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.