ETV Bharat / bharat

ପୋଲିସ ଠାରୁ ମାଡ ଖାଇବା ପରେ ଆତ୍ମହତ୍ୟା କଲେ ମହିଳା - ପୋଲିସ ଠାରୁ ମାଡ ଖାଇବା ପରେ ମହିଳା କଲେ ଆତ୍ମହତ୍ୟା !

ପୋଲିସ ଠାରୁ ମାଡ ଖାଇବା ପରେ ଲୋକ ଲଜ୍ଜାରେ ସହି ନ ପାରି ଆତ୍ମହତ୍ୟା କଲେ ମହିଳା ! ଉତ୍ତର ପ୍ରଦେଶର ନୟା ରାମନଗର ଅଞ୍ଚଳରୁ ଆସିଛି ଅଭିଯୋଗ । ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା । ଅଧିକ ପଢନ୍ତୁ...

UP woman commits suicide after allegedly being beaten up by police
ପୋଲିସ ଠାରୁ ମାଡ ଖାଇବା ପରେ ମହିଳା କଲେ ଆତ୍ମହତ୍ୟା
author img

By

Published : Aug 10, 2020, 11:27 AM IST

ଲକ୍ଷ୍ନୌ: ପୋଲିସ ଠାରୁ ମାଡ ଖାଇବା ପରେ ଲୋକ ଲଜ୍ଜାରେ ସହି ନ ପାରି ଆତ୍ମହତ୍ୟା କଲେ ମହିଳା ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ନୟା ରାମନଗର ଅଞ୍ଚଳରେ । ମୃତକଙ୍କ ନାଁ ନିଶୁ ବୋଲି ଜଣାପଡିଛି । ପୋଲିସର ଏପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ସୂଚନା ଅନୁସାରେ,ନୟା ରାମନଗର ଅଞ୍ଚଳରେ ଜଣେ 22 ବର୍ଷିୟ ମହିଳା ବଲଦାଉଚୌକ ବଜାରକୁ ଯାଇଥିଲ । ସେଠାରେ କିଛି ଦୋକାନୀ ପାସପୋର୍ଟ ଚୋରି କରିଥିବା ଅଭିଯୋଗରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତିନିଜଣଙ୍କୁ କୋଟଓ୍ବାଲି ପୋଲିସ ଷ୍ଟେସନକୁ ନେଇଥିଲା । ପରେ ପଚରା ଉଚରା କରି ଛାଡିଦେଇଥିଲା । ହେଲେ ମୃତକଙ୍କ ପରିବାର ଲୋକେ କହିଛନ୍ତି ପୋଲିସ ଚୋରି ଘଟଣାରେ ତାଙ୍କୁ ଥାନାକୁ ନେଇ ମାଡ ମାରିଥିଲେ ଇନସ୍ପେକ୍ଟର ୟୋଗେସ ପାଠକ ।

ଏପରିକି ଘଟଣାର ପରଦିନ ନିଶୁଙ୍କୁ ଥାନା ଡକାରା ଆସିଥିଲା । ପୋଲିସ ଠାରୁ ମାଡ ଖାଇଥିବା ନେଇ ସେ ଚିନ୍ତାରେ ଥିଲେ ବୋଲି କହିଛନ୍ତି ପରିବାର ଲୋକେ । । ଯାହାକୁ ନେଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ନିଶୁଙ୍କ ଆତ୍ମହତ୍ୟା ପରେ, ପରିବାର ଲୋକେ ଥାନାକୁ ଯାଇ ହୋହାଲ୍ଲା କରିବା ସହିତ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

@ IANS

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.