ETV Bharat / bharat

ୟୁପିରେରେ ଆସନ୍ତା 19ରୁ ଖୋଲିବ ସ୍କୁଲ

author img

By

Published : Oct 11, 2020, 12:23 PM IST

7 ମାସର ବ୍ୟବଧାନ ପରେ ଉତ୍ତରପ୍ରଦେଶରେ ସ୍କୁଲ୍ ଖୋଲିବ । ଆସନ୍ତା 19 ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପ୍ରର୍ଯ୍ୟାୟରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ଅଧିକ ପଢନ୍ତୁ...

ଆସନ୍ତା 19ରୁ ଖୋଲିବ ସ୍କୁଲ
ଆସନ୍ତା 19ରୁ ଖୋଲିବ ସ୍କୁଲ

ଲକ୍ଷ୍ନୌ: ପୁରା 7 ମାସର ବ୍ୟବଧାନ ପରେ ଉତ୍ତରପ୍ରଦେଶରେ ସ୍କୁଲ୍ ଖୋଲିବ । ଆସନ୍ତା 19 ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପ୍ରର୍ଯ୍ୟାୟରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ପୂର୍ବ ପରି ଅନଲାଇନରେ ପାଠ ପଢିପାରିବେ ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ପିତାମାତାଙ୍କ ଏକ ଲିଖିତ ସମ୍ମତି କ୍ରମେ ଶ୍ରେଣୀଗୁଡ଼ିକ ଦୁଇଟି ସିଫ୍ଟରେ ଚାଲିବ | ସେହିଭଳି ବିଦ୍ୟାଳୟର ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି ଗେଟ, ଶୌଚାଳୟ ସବୁକିଛି ପ୍ରତିଦିନ ସାନିଟାଇଜ କରାଯିବା ସହ ମାସ୍କ ବାଧ୍ୟତାମୂଳକ ରଖାଯାଇଛି ।

ଏଥିସହ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସାମାଜିକ ଦୂରତା ରକ୍ଷା କରିବା ସହ ଅନ୍ୟ କାହାର ଟିଫିନ୍ କିମ୍ବା ପାଣିବୋତଲ ବ୍ୟବହାରକୁ ବାରଣ କରାଯାଇଛି । ସେହିପରି ଗୋଟିଏ ଶ୍ରେଣୀଗୃହରେ ମାତ୍ରାଧିକ ଛାତ୍ରଛାତ୍ରୀଙ୍କ ପ୍ରବେଶକୁ ନିଷେଧ କରାଯିବା ସହ ସକାଳ ପ୍ରାର୍ଥନା ଏବଂ କୌଣସି ପ୍ରକାର ବୈଠକ ମଧ୍ୟ ଅନୁଷ୍ଠିତ ହୋଇପାରିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.