ETV Bharat / bharat

ପ୍ରଥମ ଦିନରେ 100 କୋଟିର ମଦ ବିକ୍ରି, ଜାଣନ୍ତୁ କେଉଁଠି ?

ପ୍ରଥମ ଦିନରେ 100 କୋଟିର ମଦ ବିକ୍ରି । ଦୋକାନ ଖୋଲିବାକୁ ଅପେକ୍ଷା କରିଥିଲେ ଲୋକେ । ଅଧିକ ପଢନ୍ତୁ...

UP registers sale of liquor of over Rs  100 crore
ପ୍ରତିକାତ୍ମକ ଫଟୋ
author img

By

Published : May 5, 2020, 7:43 PM IST

ଲକ୍ଷ୍ନୌ: ସାରା ବିଶ୍ବ କୋରୋନା ଦାଉରୁ ପାଉନି ରକ୍ଷା । ଏବେବି ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଲକ ଡାଉନ । କିନ୍ତୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସୋମବାର କିଛି ରାଜ୍ୟରେ ବିପଦ ନଥିବା ସ୍ଥାନରେ ମଦ ଦୋକାନ ଖୋଲାଯାଇଛି । କିନ୍ତୁ ମଦ ପାଇଁ ପାଗଳ ଲୋକେ ଦୋକାନ ନଖୋଲୁଣୁ ଦୋକାନ ଆଗରେ ଜମେଇଥିଲେ ଭିଡ । ଆଉ ମାନି ନଥିଲେ ସାମାଜିକ ଦୂରତ୍ବର ନିୟମ ।

ଏପଟେ ଉତ୍ତରପ୍ରଦେଶରେ ପ୍ରଥମ ଦିନରେ ମଦ ବିକ୍ରି କଥା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ସାଧାରଣତଃ ୟୁପିରେ ଗୋଟିଏ ଦିନରେ 70ରୁ 80 କୋଟିର ମଦ ବିକ୍ରି ହୁଏ । କିନ୍ତୁ ସୋମବାର ପ୍ରାୟ 100 କୋଟି ଛୁଇଁଛି ଆୟ । ଏନେଇ ଉତ୍ତରପ୍ରଦେଶ ଅବକାରୀ ବିଭାଗ ସୂଚନା ଦେଇଛି ।

କିନ୍ତୁ ଏଠାରେ ଦୋକାନ ସାମନାରେ ଫୁଲ ନିୟମ ମାନି ହାତରେ ସାନିଟାଇଜର ଏବଂ ମୁହଁରେ ମାସ୍କ ଲଗାଇ ଠିଆ ହୋଇଥିଲେ ଲୋକେ । କେହି ନିୟମ ଉଲ୍ଲଂଘନ କଲେ ତାଙ୍କୁ ଧାଡିରୁ ବାହାର କରି ଦିଆଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.