ETV Bharat / bharat

ହାଥରସ ଗଣଦୁଷ୍କର୍ମ ଘଟଣା: ସୋସିଆଲ ମିଡିଆ ଉପରେ କଡା ନଜର ରଖିଛି ୟୁପି ପୋଲିସ

author img

By

Published : Oct 5, 2020, 4:39 PM IST

ହାଥରସ ଗଣଦୁଷ୍କର୍ମ ଘଟଣା ପରେ ରାଜ୍ୟରେ ଦଙ୍ଗା ସୃଷ୍ଟି ପାଇଁ ଷଡଯନ୍ତ୍ର ରଚନା କରିବା ପରେ ଉତ୍ତରପ୍ରଦେଶ ପୋଲିସ ସୋସିଆଲ ମିଡିଆ ଉପରେ କଡା ନଜର ରଖିଛି । ୱେବସାଇଟ୍ ତିଆରି କରି ଦଙ୍ଗା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଦଙ୍ଗା ସୃଷ୍ଟି କରିବା ପାଇଁ ଜଡିତ କିଛି ୱେବସାଇଟ୍ ବିଷୟରେ ପୋଲିସ ତଥ୍ୟ ସଂଗ୍ରହ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ହାଥରସ ଗଣଦୁଷ୍କର୍ମ ଘଟଣା: ସୋସିଆଲ ମିଡିଆ ଉପରେ କଡା ନଜର ରଖିଛି ଯୁପି ପୋଲିସ

ଲକ୍ଷ୍ନୌ: ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ସମଗ୍ର ଦେଶରେ କ୍ରୋଧ ରହିଛି । ଉତ୍ତରପ୍ରଦେଶରେ ଶାନ୍ତି ଭଙ୍ଗ କରି ଦଙ୍ଗା ସୃଷ୍ଟି କରିବା ପାଇଁ କିଛି ସଂଗଠନ ଷଡଯନ୍ତ୍ର କରୁଥିବା ଜଣାପଡିଛି । ବର୍ତ୍ତମାନ ଉତ୍ତରପ୍ରଦେଶ ପୋଲିସ ଏ ସମ୍ପର୍କରେ ସୋସିଆଲ ମିଡିଆ ଉପରେ କଡା ନଜର ରଖିଛି ।

ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ପୋଲିସ 'ଜଷ୍ଟିସ୍ ଫୋର ହାଥରସ ଭିକ୍ଟିମ୍' ନାମକ ଏକ ୱେବସାଇଟ୍ ବିଷୟରେ ସୂଚନା ସଂଗ୍ରହ କରିଛି । ଏକ ୱେବସାଇଟ୍ ତିଆରି କରି ଦଙ୍ଗା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ପୋଲିସ ବିଭାଗ ଏହି ୱେବସାଇଟ ବିଷୟରେ ସୂଚନା ପାଇବା ପରେ ୱେବସାଇଟ୍ ବନ୍ଦ କରାଯାଇଛି ।

ୱେବସାଇଟରେ ବିଭ୍ରାନ୍ତିକର ତଥ୍ୟ ସହିତ ଲୋକଙ୍କୁ ଉତ୍ତେଜନା ଓ ଦଙ୍ଗା କରିବାକୁ ଉତ୍ସାହିତ କରାଯାଉଥିବା ପୋଷ୍ଟ କରାଯାଉଥିବା ବିଭାଗ ସୂଚନା ଦେଇଛି । ୱେବସାଇଟରେ ସୂଚନା ଦିଆଯାଇଛି ଯେ ଦଙ୍ଗା ସମୟରେ କଣ କରିବା ଉଚିତ ଏବଂ କରାଯିବା ଉଚିତ ନୁହେଁ । ଦଙ୍ଗା ସମୟରେ କିପରି ସୁରକ୍ଷିତ ରହିବେ ତାହା ୱେବସାଇଟରେ କୁହାଯାଇଛି । ୱେବସାଇଟ୍ ବିଷୟରେ ସୂଚନା ପାଇବା ପରେ ଉତ୍ତରପ୍ରଦେଶ ପୋଲିସ ଏହି ୱେବସାଇଟ୍ ସହିତ ଜଡିତ ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛି |

ଉତ୍ତରପ୍ରଦେଶରେ ହାଥରସ ଗଣଦୁଷ୍କର୍ମ ମାମଲା ପରେ ଦଙ୍ଗା ସୃଷ୍ଟି କରିବା ପାଇଁ ଏକ ବଡ ଷଡଯନ୍ତ୍ର କରାଯାଇଛି । ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏନଆରସି ଓ ସିଏଏ କୁ ବିରୋଧ କରି ହିଂସାତ୍ମକ ପ୍ରତିବାଦରେ ଯେଉଁ ସଂଗଠନଗୁଡ଼ିକର ଭୂମିକା ବାହାରିଥିଲା । ସେମାନେ ମଧ୍ୟ ଉତ୍ତରପ୍ରଦେଶର ହାଥରସ ମାମଲାରେ ଦଙ୍ଗା ପ୍ରଚାର କରିବାକୁ ଷଡଯନ୍ତ୍ର କରିଛନ୍ତି ବୋଲି ଜଣାପଡିଛି । ଲୋକଙ୍କ ନିକଟରେ ପହଞ୍ଚିବା ଏବଂ ସେମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ସୋସିଆଲ ମିଡିଆର ବିପୁଳ ବ୍ୟବହାର କରାଯାଉଛି । ଫଟୋ ଏବଂ ଭୁଲ ସୂଚନା ଭାଇରାଲ କରି ଦଙ୍ଗା ପାଇଁ ଉସୁକାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.