ETV Bharat / bharat

500 କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ - up police filed case against 500 congress workers

ଶନିବାର ହାଥରସ ଗସ୍ତ ସମୟରେ ଡିଏନଡି ଫ୍ଲାଏ ଓଭରରେ କଂଗ୍ରେସ କର୍ମୀ କରିଥିବା ହଙ୍ଗାମା ଅଭିଯୋଗରେ ପ୍ରାୟ 500 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

up police filed case
500 କର୍ମକର୍ତ୍ତାଙ୍କ ନାଁରେ ମାମଲା ରୁଜୁ
author img

By

Published : Oct 4, 2020, 10:45 PM IST

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶରେ ରାଜନୀତି ଜୋର ଧରିଥିବା ବେଳେ ଶନିବାର ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ । ମାତ୍ର ଏହି ସମୟରେ ପୋଳିସ ସହ ଅନେକ ମୁହାଁମୁହିଁ ପରିସ୍ଥିତି ପରେ ରାହୁଲ-ପ୍ରିୟଙ୍କା ପୀଡିତାଙ୍କ ପରିବାରକୁ ଭେଟିବାକୁ ସଫଳ ହୋଇଥିଲେ । ହେଲେ ଆଜି(ରବିବାର) ଏନେଇ ପୋଲିସ କଂଗ୍ରେସର 5 ଶହ କର୍ମୀଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଶନିବାର ହାଥରସ ଗସ୍ତ ସମୟରେ ଡିଏନଡି ଫ୍ଲାଏ ଓଭରରେ ପାର୍ଟି କର୍ମୀ କରିଥିବା ହଙ୍ଗାମା ଅଭିଯୋଗରେ ପ୍ରାୟ 500 ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

କଂଗ୍ରେସ କର୍ମୀ ଧାରା 144 ଉଂଲ୍ଲଘନ କରିଥିବା ଅଭିଯୋଗରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଷ୍ଟେସନ ସେକ୍ଟର -20 ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଅତିରିକ୍ତ ଡେପୁଟି କମିଶନର ଜୋନ ରଣବିଜୟ ସିଂ କହିଛନ୍ତି ଯେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦଳର ଅନେକ ନେତା ଶନିବାର ହାଥରସ ଗସ୍ତ ପାଇଁ ଦିଲ୍ଲୀରୁ DND ଫ୍ଲାଏ ଓଭରରେ ପହଞ୍ଚିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.