ଲକ୍ଷ୍ମୌ: ଗତକାଲି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଉତ୍ତରପ୍ରଦେଶର ଲକ୍ଷ୍ମୌରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ମନ୍ତ୍ରୀଙ୍କ ଦବଦବା ଆଗରେ ମୁଣ୍ଡ ନୁଆଁଇଛନ୍ତି ଜଣେ ସରକାରୀ କର୍ମଚାରୀ । ଯାହା ଏକ ଭିଡିଓରେ ଦେଖିବାକୁ ମିଳିଛି ।
ଭାରତର କୋଣ ଅନୁକୋଣରେ ଯୋଗ ଦିବସ ପାଳିତ ହୋଇଥିବା ବେଳେ ଲକ୍ଷ୍ନୌର ଶାହଜାନପୁରରେ ମଧ୍ୟ ବିରାଟ ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇଥିଲେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ । ତେବେ ଏହି ଯୋଗାସନ ଭିତରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ନେତାଙ୍କ ଜୋତାର ଲେସ ଖୋଲିଯାଇଥିବା ବେଳେ ଜଣେ ସରକାରୀ କର୍ମଚାରୀ କିପରି ତାକୁ ବାନ୍ଧି ପିନ୍ଧାଉଥିବାର ଦୃଶ୍ୟ ।
ତେବେ ଏଠି ପ୍ରଶ୍ନ ଉଠୁଛି ନେତାଙ୍କ ଜଣଙ୍କ ଆଦେଶରେ କର୍ମଚାରୀ ଜଣକ ଏଭଳି କରିଥିଲେ ନା କର୍ମଚାରୀ ଜଣକ ନିଜସ୍ବ ଇଚ୍ଛାରେ ଏପରି କରିଥିଲେ । ପୂର୍ବରୁ ଏଭଳି ଘଟଣାମାନ ଆଗରୁ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ଓଡ଼ିଶାରେ ଜଣେ ନେତା ଆଇନକୁ ହାତକୁ ନେଇ ବିଚ ରାସ୍ତାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଇଥିଲେ । ଦେଶରେ ବାରମ୍ବାର ଏଭଳି ଘଟଣାମାନ ଘଟୁଥିବା ବେଳେ ନେତାମନ୍ତ୍ରୀ କିଭଳି ତାଙ୍କ କ୍ଷମତାକୁ ବ୍ୟବହାର କରନ୍ତି ତାହା ଏଠାରୁ ସ୍ପଷ୍ଚ ହୋଇଯାଏ ।