ETV Bharat / bharat

ଖୁବଶ୍ରୀଘ୍ର ପିଓକେକୁ କବଜା କରିବ ଭାରତ, ଉଡିବ ତ୍ରିରଙ୍ଗା: ମନ୍ତ୍ରୀ - up minister anand swaroop shukla

ଉତ୍ତରପ୍ରଦେଶ ମନ୍ତ୍ରୀ ଆନନ୍ଦ ସ୍ବରୂପ ଶୁକ୍ଲାଙ୍କ ବଡ଼ ବୟାନ । କହିଲେ ପାକିସ୍ତାନ ଅଧିକୃତ ଥିବା କାଶ୍ମୀରରେ ଖୁବ୍ ଶୀଘ୍ର ଭାରତ କବଜା କରିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆନନ୍ଦ ସ୍ବରୂପ ଶୁକ୍ଲା
ଆନନ୍ଦ ସ୍ବରୂପ ଶୁକ୍ଲା
author img

By

Published : May 21, 2020, 5:12 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀ ଆନନ୍ଦ ସ୍ବରୂପ ଶୁକ୍ଳା ଗୁରୁବାର ବଡ଼ ବୟାନ ଦେଇଛନ୍ତି । ସେ ଦାବି କରି କହିଛନ୍ତି ଯେ ପାକ୍ କବଜାରେ ଥିବା କାଶ୍ମୀର ତଥା ପିଓକେରେ ଖୁବଶୀଘ୍ର ଭାରତ ହାତକୁ ଆସିବ । ଶୁକ୍ଳା କହିଛନ୍ତି, ‘ବିଶ୍ବର ମାନଚିତ୍ରରୁ ପାକିସ୍ତାନ ନାଁ ହଟେଇବା ଛଡା ଦେଶରେ ଶାନ୍ତି ଫେରିଆସିବା ସମ୍ଭବ ନୁହେଁ । ’

ପାକିସ୍ତାନ କବଜାରେ ଥିବା କାଶ୍ମୀରରେ ଖୁବ ଶୀଘ୍ର ତ୍ରିରଙ୍ଗା ଉଡିବ ବୋଲି କହିଛନ୍ତି ଶୁଳ୍କା । ସୂଚନା ଥାଉକି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଆପତ୍ତିଜନକ ବୟାନ ଦେଇଥିଲେ । ଏହି ବୟାନର ପ୍ରତିକ୍ରିୟା ରଖି ଶୁକ୍ଳା ଅଫରୀଦୀଙ୍କୁ ଖରାପ ଚରିତ୍ର ବୋଲି କହିଛନ୍ତି । ସେ କହିଛନ୍ତି ଆଫ୍ରିଦି ଭଳି ମଣିଷଙ୍କ ନିକଟରୁ ସମ୍ମାନ ପାଇବା ପାଇଁ କୌଣସି ଆଶା କରାଯାଇପାରିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.