ETV Bharat / bharat

8 ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା ବାପା - ୟୁପି ନ୍ୟୁଜ

ସମଗ୍ର ଦେଶରେ କୋରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ନିଜ 8 ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିବା ଜଣାପଡିଛି ।

murder
8 ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା
author img

By

Published : Apr 16, 2020, 1:08 PM IST

ଲକ୍ଷ୍ନୌ: ସମଗ୍ର ଦେଶରେ କୋରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ନିଜ 8 ବର୍ଷର ନାବାଳିକା ଝିଅ ସହ ଦୁଷ୍କର୍ମ ପରେ ହତ୍ୟା କରିବା ଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିବା ଜଣାପଡିଛି ।

ତେବେ ଗତ ମାର୍ଚ୍ଚ 29ରେ ଶୌଚାଳୟରୁ ନାବାଳିକାର ମୃତଦେହ ମିଳିବା ପରେ ପୋଲିସ ଜଣେ ପଡୋଶୀଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ । ପୋଲିସର ସୂଚନା ଅନୁଯାୟୀ, ଘଟଣା ଦିନ ସନ୍ଧ୍ୟାରେ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ। ଏହାପରେ ନାବାଳିକାଙ୍କ ମୃତଦେହ ତାଙ୍କ ଶୌଚାଳୟରେ ଉଦ୍ଧାର ହେବା ପରେ ନାବାଳିକାଙ୍କ ବାପା ସ୍ଥାନୀୟ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ।

ଷ୍ଟେସନ ହାଉସ ଅଫିସର ଫତେହଗଞ୍ଜ ପଶ୍ଚିମ ଚନ୍ଦ୍ର କିରଣ କହିଛନ୍ତି ଯେ, ଯଦିଓ ସେ ସ୍ଥାନୀୟ ଯୁବକଙ୍କୁ ଅଟକ ରଖି ଜେଲ ପଠାଇଥିଲେ । କିନ୍ତୁ ଧରାପଡ଼ିବା ସମୟରେ ସେ ତାଙ୍କ ଘର ଭିତରେ ଶୋଇ ଥିବାରୁ ସେ ହତ୍ୟା କରିଥିବା ନିଶ୍ଚିତ ନୁହେଁ। ତେବେ ଯୁବକ ଜଣଙ୍କ ଗିରଫ ହେବା ପରେ ମଧ୍ୟ ପୋଲିସର ଅନୁସନ୍ଧାନ ଜାରି ରହିଥିଲା । ଏହାପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ବହୁ ସମୟରେ ନାବାଳିକାଙ୍କ ବାପା ତାଙ୍କ ପତ୍ନୀଙ୍କ ସହ ଝଗଡା କରିବା ସହ ନାବାଳିକାଙ୍କ ସହ ଅସଦାଚରଣ କରୁଥିଲେ।

ଏହାଛଡା ତଦନ୍ତ ବେଳେ ନାବାଳିକାଙ୍କ ବାପା ତାଙ୍କ ବୟାନ ବଦଳାଇ ବା ସହ ପିଡିତାଙ୍କ ମା ମଧ୍ୟ ତାଙ୍କ ସ୍ୱାମୀଙ୍କ ଉପରେ ସନ୍ଦେହ କରିଥିଲେ। ତେବେ ତଦନ୍ତରୁ ଏହାମଧ୍ୟ ଜଣାପଡିଛି ଯେ ପିଡିତାଙ୍କ ବାପା ଗିରଫ ହୋଇଥିବା ଯୁବକଙ୍କ ଠାରୁ ଋଣ ବାବଦକୁ ସୁଧ ନେଉଥିଲେ । ଏଥିସହ ଅଭିଯୁକ୍ତ ଭାବରେ ତାଙ୍କ ନାମକରଣ ପଛରେ ଆର୍ଥିକ ଲୋଭ ଦେଖାଇଥିଲେ ।

ଶେଷରେ ଘଟଣାସ୍ଥଳରୁ ସଂଗୃହିତ ଫରେନସିକ୍ ପ୍ରମାଣ ଏବଂ ପିଡିତା ନାବାଳିକାଙ୍କ ମୃତଦେହରେ ଏହି ଅପରାଧରେ ପିତାଙ୍କ ସମ୍ପୃକ୍ତିକୁ ସୂଚିତ କରିଥିଲା ​ । ତେବେ ଗତ ବୁଧବାର ଅଭିଯୁକ୍ତ ବାପାଙ୍କୁ ଗିରଫ କରି ଜେଲକୁ ପଠାଇଛି ପୋଲିସ ।

ଅତିରିକ୍ତ ଏସପି ସନ୍ସର ସିଂଙ୍କ କହିବା ଅନୁଯାୟୀ, ଯେତେବେଳେ ଆମେ ତଦନ୍ତ ଆରମ୍ଭ କଲୁ ସେତେବେଳେ ପିଡିତା ନାବାଳିକାର ମା ତାଙ୍କ ସ୍ୱାମୀ ଏହି ହତ୍ୟାକାଣ୍ଡ ଘଟାଇ ପାରନ୍ତି ବୋଲି ସୂଚାଇ ଦେଇଥିଲେ । ଦୁଇଥର ଆମେ ନାବାଳିକା ବାପାଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଦ୍ୱିତୀୟ ଥର ସେ ତାଙ୍କ ବିବୃତ୍ତି ବଦଳାଇ ପଳାଇ ଯାଇଥିଲେ।

ଏହାପରେ ତାଙ୍କୁ ଗିରଫ କରିବା ପରେ ସେ ତାଙ୍କ ଅପରାଧ ସ୍ୱୀକାର କରିବା ସହ ପିଡିତା ନାବାଳିକା ତାଙ୍କ ପତ୍ନୀଙ୍କ ଅନୈତିକ ସମ୍ପର୍କରୁ ଜନ୍ମ ହୋଇଥିବା ସନ୍ଦେହ କରି ତାଙ୍କୁ ହତ୍ୟା କରିଥିବା ମାନିଥିଲେ। ଏପଟେ ଏହା ପୂର୍ବରୁ ଗିରଫ ହୋଇଥିବା ସ୍ଥାନୀୟ ଯୁବକଙ୍କୁ ପୋଲିସ ଛାଡି ଦେଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.