ETV Bharat / bharat

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା - shocking inciden in up

ଉତ୍ତରପ୍ରଦେଶର ମେରଠରେ ତିନି ପିଲା ଓ ସ୍ତ୍ରୀର ଗଳାକାଟି ହତ୍ୟା କରିବା ପରେ ସ୍ବାମୀର ଆତ୍ମହତ୍ୟା । ଅଧିକ ପଢନ୍ତୁ...

ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

author img

By

Published : Dec 11, 2020, 11:28 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠରେ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ 37 ବୟସ୍କ ବ୍ୟକ୍ତି ନିଜ ସ୍ତ୍ରୀ ଓ ତିନି ପିଲାମାନଙ୍କ ଗଳାକାଟି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଅନୁସାରେ, 37ବର୍ଷିୟ ରସିଦ ଅହମ୍ମଦ ରିହାନାଙ୍କୁ 2013ରେ ବିବାହ କରିଥିଲେ । ରସିଦଙ୍କର ଏହା ଦ୍ବିତୀୟ ବିବାହ ଓ ରିହାନାଙ୍କର ତୃତୀୟ ବିବାହ ହୋଇଥିବା ଜଣାପଡିଛି । ସେମାନଙ୍କର ଦୁଇପୁଅ ଆଫାନ ଓ ହାଇଦର ପ୍ରଥମ ସ୍ତ୍ରୀଙ୍କର ହୋଇଥିବା ବେଳେ ପୁଅ ଆୟତ ରିହାନାଙ୍କର ଥିଲା । କିଛି ଦିନ ହେବ ଦୁଇଜଣଙ୍କ ଭିତରେ ଝଗଡା ଲାଗି ରହିଥିଲା । ସେଥିପାଇଁ ନିଜ ତିନି ପିଲା ଓ ସ୍ତ୍ରୀର ଗଳା କାଟି ହତ୍ୟା କରିବା ପରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ନେଇ ଏକ ସୁଇସାଇଡ ନୋଟରେ ଲେଖିଛନ୍ତି ରସିଦ ।

ତେବେ ବୈବାହିକ ଜୀବନରେ ଅଶାନ୍ତି କାରଣରୁ ଉକ୍ତ ବ୍ୟକ୍ତି ଜଣକ ଏପରି ଚରମ ନିଷ୍ପତ୍ତି ନେଇ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯିବା ସହିତ ଘଟଣାର ଆବଶ୍ୟକ ତଦନ୍ତ ଚାଲିଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧୀକ୍ଷକ ଅଜୟ ସାହନି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.