ETV Bharat / bharat

କ୍ବାରେଣ୍ଟାଇନ ସେଣ୍ଟରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

author img

By

Published : Apr 13, 2020, 10:14 AM IST

ଦିଲ୍ଲୀ ଗ୍ରେଟର ନଏଡାରେ ଥିବା ଏକ କ୍ବାରେଣ୍ଟାଇନ ସେଣ୍ଟରରୁ ଡେଇଁ ଜଣେ କୋରୋନା ସନ୍ଦିଗ୍ଧ ଆତ୍ମହତ୍ୟା କରିଛନ୍ତି ।

sucide
କ୍ବାରେଣ୍ଟିନ ସେଣ୍ଟରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: କ୍ବାରେଣ୍ଟାଇନ ସେଣ୍ଟରରୁ ଡେଇଁ କୋରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା । ଉତ୍ତରପ୍ରଦେଶ ଗ୍ରେଟର ନଏଡାରେ ଥିବା ଏକ କ୍ବାରେଣ୍ଟାଇନ ସେଣ୍ଟରରୁ ଡେଇଁ ଜଣେ କୋରୋନା ସନ୍ଦିଗ୍ଧ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ମହମ୍ମଦ ଗୁଲଜାର ନାମକ ଯୁବକ ନୋଏଡାର ଫେଜ୍-2 ରେ ରହୁଥିଲେ । ତେବେ ତାଙ୍କଠାରେ କୋରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା ।

ଏହାପରେ ତାଙ୍କୁ ଗ୍ରେଟର ନଏଡାର ଗଲଗୋଟିୟା ଇନଷ୍ଟିଟ୍ୟୁଟ ଅଫ୍ ଇଞ୍ଜିନିୟରିଂରେ ଗଠିତ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରକୁ ଅଣାଯାଇଥିଲା । ସେଠାରେ ସେ ଗତ 14 ଦିନ ହେବ ରହିଆସୁଥିଲେ । ତେବେ ଯୁବକ ଜଣକ ବାରମ୍ବାର ତାଙ୍କ କୋରୋନା ରିପୋର୍ଟ ମାଗୁଥିଲେ । ମାତ୍ର ତାଙ୍କୁ ରିପୋର୍ଟ ନମିଳିବାରୁ ସେ ଗତ ରବିବାର ରାତି ପ୍ରାୟ 8 ସମୟରେ କ୍ବାରେଣ୍ଟାଇନ ସେଣ୍ଟରର 7 ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସେଠାରୁ ତାଙ୍କୁ ଗୁରୁତର ଆବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲ ନିଆୟାଇଥିଲା । ମାତ୍ର ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.