ETV Bharat / bharat

କାନପୁର ଏନକାଉଣ୍ଟରର ଯାଞ୍ଚ କରିବ SIT

author img

By

Published : Jul 11, 2020, 8:19 PM IST

Updated : Jul 11, 2020, 8:24 PM IST

କାନପୁର ଏନକାଉଣ୍ଟରର ଯାଞ୍ଚ ଏସାଇଟିକୁ ହସ୍ତାନ୍ତର । 31 ଜୁଲାଇ 2020 ସୁଦ୍ଧା ଏସଆଇଟିକୁ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

କାଉନପୁର ଏନକାଉଣ୍ଟର ଘଟଣାର ଯାଞ୍ଚ କରିବ ଏସଆଇଟି

ଲକ୍ଷ୍ନୌ: କାନପୁର ଏନକାଉଣ୍ଟର ଘଟଣାର ଯାଞ୍ଚ ପାଇଁ ଏସାଇଟି ଗଠନ କରାଯାଇଛି । ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଓ ତାର ସହଯୋଗୀ ମିଶି କାନପୁରରେ 8 ଜଣ ପୋଲିସକର୍ମୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ତେବେ ଏହି ମାମଲାର ଯାଞ୍ଚ ପାଇଁ ୟୁପିର ମୁଖ୍ୟ ସଚିବ ସଞ୍ଜୟ ଭୁସରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏସଆଇଟିର ଗଠନ ହୋଇଥିବା ଜଣାପଡିଛି । ଏସଆଇଟକୁ ଚଳିତ ମାସ ଶେଷସୁଦ୍ଧା ଯାଞ୍ଚ ପୁରା କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସଞ୍ଜୟ ଭୁସରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଏସଆଇଟିରେ ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ହରିରାମ ଶର୍ମା ଓ ପୋଲିସ ଉପମହାନିର୍ଦ୍ଦେଶକ ଜେ. ରବୀନ୍ଦ୍ର ଗୌଡ ସାମିଲ ଅଛନ୍ତି । ଏସଆଇଟି ଜରିଆରେ ଏନକାଉଣ୍ଟର ସହ ଜଡିତ ପ୍ରତିଟି ଘଟଣାର ଯାଞ୍ଚ କରାଯିବ । ଏହାସହ 31 ଜୁଲାଇ 2020 ସୁଦ୍ଧା ଏସଆଇଟିକୁ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ବିକାଶ ଦୁବେ ଓ ପୋଲିସର ସମ୍ପର୍କ ସହ ତା ଉପରେ ପର୍ବରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାର କାରଣ ବିଷୟରେ ଯାଞ୍ଚ କରିବ ଏସଆଇଟି । ଏହା ବ୍ୟତିତ ବିକାଶ ଦୁବେର ଗୋଟିଏ ବର୍ଷର ଫୋନ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯିବ । ଅନ୍ୟପକ୍ଷେ ବିକାଶ ଦୁବେ ଓ ତାର ସହଯୋଗୀ ସମ୍ପର୍କରେ ଆସିଥିବା ସମସ୍ତ ପୋଲିସ କର୍ମୀଙ୍କ ବିରୋଧରେ ପ୍ରମାଣ ମିଳିବା ପରେ କଡା କାର୍ଯ୍ୟାନୁଷ୍ଠାନର ସୁପାରିସ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Last Updated : Jul 11, 2020, 8:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.