ଲକ୍ଷୌ: ୟୁପି ବସ ର୍ଦୁଘଟଣାରେ ଆହତମାନଙ୍କୁ ଭେଟିଲେ ୟୁପି ଡେପୁଟି ସିଏମ୍ ଦିନେଶ ଶର୍ମା । ସୋମବାର ଏସଏନ ମେଡିକାଲ କଲେଜ ଏବଂ କୃଷ୍ଣା ମେଡିକାଲରେ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ।
ସେ ଆହତମାନଙ୍କୁ ଭେଟି ସେମାନଙ୍କୁ ଆସ୍ବସନା ଦେବା ସହ ସେମାନଙ୍କୁ ପୂର୍ଣ୍ଣ ସହାୟତ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏଥିସହ ସେ ଅନ୍ୟ ଅଧିକାରୀମାନଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ଦୁର୍ଘଟଣା ସ୍ଥଳକୁ ମଧ୍ୟ ଗସ୍ତ କରିଥିଲେ ।
ପ୍ରକାଶ ଥାଉକି, ସୋମବାର ଉତ୍ତର ପ୍ରଦେଶ ଯମୁନା ଏକ୍ସପ୍ରେସ ୱରେ ପୋଲ ତଳକୁ ଯାତ୍ରୀବାହୀ ବସ ଖସି 29 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 31 ଜଣ ଆହତ ହୋଇଥିଲେ । ତେବେ ବସଟି ଲକ୍ଷ୍ନୌରୁ ଗାଜିଆବାଦ ଯାଉଥିବା ସମୟରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ।