ହେଲିକପ୍ଟର ଅବତରଣ ପାଇଁ ରାଜ୍ୟରେ ରହିଛି ପର୍ଯ୍ୟାପ୍ତ ସ୍ଥାନ । କିନ୍ତୁ ବିଜେପି ନେତାଙ୍କୁ ଅନୁମତି ଦେଉ ନାହାନ୍ତି ସେ । ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ ଟିଏମସି ଗୁଣ୍ଡାଙ୍କୁ ଉଚିତ ଶିକ୍ଷା ମିଳିବ । ୟୁପିରେ ସପା-ବସପା ଗୁଣ୍ଡା ଗଳାରେ ରଶି ଲଗାଇ ବୁଲିବା ଭଳି ଟିଏମସି ଗୁଣ୍ଡାଙ୍କ ସମାନ ଅବସ୍ଥା ହେବ । ଏତେ ସବୁ ଗର୍ଜନ ପରେ ବି ଦିଦିଙ୍କୁ ନିମନ୍ତ୍ରଣ କରିଛନ୍ତି ଯୋଗୀ ।
କୁମ୍ଭମେଳା ପାଇଁ ମମତାଙ୍କୁ ସେ ଆମନ୍ତ୍ରଣ କରିଛନ୍ତି । କୁମ୍ଭର ସ୍ବଚ୍ଛତା ଦେଖି ଦିଦିଙ୍କୁ ମିଳୁ ସଦବୁଦ୍ଧି । ଫଳରେ ପଶ୍ଚିମବଙ୍ଗ ବାସୀଙ୍କ ସହ ନ୍ୟାୟ କରି ପାରିବେ ଦିଦି । ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରର ଅବତରଣ ପାଇଁ ଅନୁମତି ଦେଇ ନଥିଲେ ମମତା ସରକାର । କିନ୍ତୁ ଅଟକିଲେ ନାହିଁ ଯୋଗୀ ସରକାର । ଏଥିପାଇଁ ଦ୍ବିତୀୟ ବିକଳ୍ପ ବାଛି ସଡକ ମାର୍ଗରେ ପୁରଲିଆ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ।