ETV Bharat / bharat

ପ୍ରିୟଙ୍କାଙ୍କୁ ଜବାବ ଦେଲେ ଯୋଗୀ: ଭଗୱା ଅର୍ଥ ବୁଝାଇଲେ, ସମାଲୋଚନା କଲେ - ପ୍ରିୟଙ୍କାଙ୍କୁ ଜବାବ ଦେଲେ ଯୋଗୀ

ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗୱା ଲୋକ ସେବା ପାଇଁ ଧାରଣ କରିଛନ୍ତି । ସବୁ କିଛି ତ୍ୟାଗ କରିଛନ୍ତି । ସେ କେବଳ ଭଗୱା ଧାରଣ କରିନଥାନ୍ତି  ଏହାସହ ସେ ଏହାର ପ୍ରତିନିଧିତ୍ବ ମଧ୍ୟ କରିଥାନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବୟାନ ପରେ ପାଲଟା ଆକ୍ରମଣ କରି ଜବାବରେ ଏଭଳି ଟ୍ବିଟ କରାଯାଇଛି । ଅଧିକ ପଢନ୍ତୁ...

priyanka gandhi statement saffron dress
ଡିଜାଇନ ଫଟୋ
author img

By

Published : Dec 30, 2019, 11:22 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କଂଗ୍ରେସ ମହାସଚିବଙ୍କୁ ନେଇ ଗତ ଦୁଇ ଦିନ ହେବ ମହାଭାରତ ଜାରି ରହିଛି । ବିଜେପି ଉପରେ ବର୍ଷିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସିଏମ ଯୋଗୀଙ୍କୁ ଭଗୱା ରଙ୍ଗର ତାତ୍ପର୍ଯ୍ୟ ବୁଝାଇବା ସହ ସିଏମଙ୍କ ସେବା କରିବା ତରିକା ବୁଝାଇଥିଲେ ପ୍ରିୟଙ୍କା । ଏବେ ପ୍ରିୟଙ୍କା ପ୍ରେସ ମିଟ୍‌ରେ ଏହି ବୟାନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାଲଟା ଆକ୍ରମଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ପ୍ରିୟଙ୍କାଙ୍କୁ ଭଗୱା ଓ ସେବା ବିଷୟରେ ଜବାବ ଦିଆଯିବ ସହ କଡା ସମାଲୋଚନା କରାଯାଇଛି ।

priyanka gandhi statement saffron dress
ଫଟୋ ସୌଜନ୍ୟ: ଟ୍ବିଟର@myogioffice

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗୱା ଲୋକ ସେବା ପାଇଁ ଧାରଣ କରିଛନ୍ତି । ସବୁ କିଛି ତ୍ୟାଗ କରିଛନ୍ତି । ସେ କେବଳ ଭଗୱା ଧାରଣ କରିନଥାନ୍ତି ଏହାସହ ସେ ଏହାର ପ୍ରତିନିଧିତ୍ବ ମଧ୍ୟ କରିଥାନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଭଗୱା ବେଶଭୂଷା ଲୋକ କଲ୍ୟାଣ ଓ ରାଷ୍ଟ୍ର ନିର୍ମାଣ ପାଇଁ ଅଟେ ଆଉ ଏହି ରାସ୍ତାକୁ ଆପଣାଇ ନେଇଛନ୍ତି ଯୋଗୀ ।

ଟ୍ବିଟରରେ ଆଗକୁ ଏହା ମଧ୍ୟ ଲେଖାଯାଇଛି ଯେ, ସନ୍ୟାସୀର ଲୋକସେବା ଓ ଜନ କଲ୍ୟାଣ ପାଇଁ ନିରନ୍ତର ଯଜ୍ଞରେ ଯେ କେହି ବି ବାଧା ସୃଷ୍ଟି କରିବ ତାହାକୁ ଦଣ୍ଡିତ ହେବାକୁ ପଡିବ । ଉତ୍ତରାଧିକାର ଓ ସମ୍ପତ୍ତି ଭାବରେ ରାଜନୀତି ପାଇଥିବା ଓ ଦେଶକୁ ଭୁଲି ତୁଷ୍ଟିକରଣ ରାଜନୀତି କରୁଥିବା ବ୍ୟକ୍ତି ବିଶେଷ ଲୋକ ସେବା ର ଅର୍ଥ କଣ ବୁଝାଇବେ ?

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଲକ୍ଷ୍ନୌର ଏକ ସାମ୍ବାଦିକ ସମ୍ମିଳନୀରେ ଭଗୱା ହିନ୍ଦୁସ୍ତାନର ଆଧ୍ୟାତ୍ମିକ ସୃସ୍କୃତି ଓ ହିନ୍ଦୁ ଧର୍ମର ପ୍ରତୀକ ଅଟେ । କୃଷ୍ଣ, ରାମ ଓ ଶିବଙ୍କ ଦେଶରେ ହିଂସା ଓ ପ୍ରତିଶୋଧର ସ୍ଥାନ ନାହିଁ । ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ପ୍ରତିଶୋଧ ନେବା କଥା କହିନଥିଲେ । ପ୍ରତିଶୋଧର ଭାବନା ଏହି ମହାନ ଦେଶର ପରମ୍ପରାରେ ନାହିଁ । ଦେଶ ପ୍ରେମ କରୁଣା ଓ ଅହିଂସାର କଥା କହେ । ଯାହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୁଝିବା ଦରକାର ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.