ETV Bharat / bharat

ୟୁପିର 40 ଜିଲ୍ଲାରେ ଅସନ୍ତୋଷଜନକ ସ୍ଥିତି, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

author img

By

Published : Apr 19, 2020, 1:53 PM IST

40ଟି ଜିଲ୍ଲାର ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବାକୁ ଏବଂ ଜିଲ୍ଲା ସହ ଜଡିତ ମନ୍ତବ୍ୟ ଉପରେ ଆଧାର କରି ତାଲାକୁ କଡାକଡି ପାଳନ କରିବାକୁ ନିଶ୍ଚିତ ପଦକ୍ଷେପ ନେବାକୁ କୁହାଯାଇଛି। ଅଧିକ ପଢନ୍ତୁ...

Uttar Pradesh
ୟୁପିର 40ଟି ଜିଲ୍ଲାରେ ଅସନ୍ତୋଷଜନକ ସ୍ଥିତି, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ରାଜ୍ୟର 75ଟି ଜିଲ୍ଲା ମଧ୍ୟରୁ 40ଟିରେ ଲକଡାଉନ ପରିସ୍ଥିତିକୁ ଅସନ୍ତୁଷ୍ଟ ମନେ କରିଛନ୍ତି । କୋରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ଏହି ଅବରୋଧକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାଗୁଡ଼ିକରେ ନିର୍ଦ୍ଦେଶ ଦିଆଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କୋରୋନା ଭାଇରସର ପ୍ରାଦୁର୍ଭାବ ଉପରେ ଆଧାର କରି ଆଇନ ଶୃଙ୍ଖଳା ତଥା ମୂଲ୍ୟାଙ୍କନ ବିଷୟରେ ଅବଗତ ହୋଇଛନ୍ତି । ଏହାପରେ ଲକ୍ଷ୍ନୌ ତଥା ଗୌତମ ବୁଦ୍ଧ ନଗର (ନୋଏଡା) କମିଶନର ଙ୍କ ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲା କଲେକ୍ଟରଙ୍କୁ ଚିଠି ଲେଖିଛନ୍ତି । ଏହା ସହିତ 40ଟି ଜିଲ୍ଲାରେ ତାଲାବନ୍ଦ ପରିସ୍ଥିତିକୁ ଅସନ୍ତୋଷ ବୋଲି ଚିଠିରେ ଦର୍ଶାଯାଇଛି ।

ସମ୍ପୃକ୍ତ ଜିଲ୍ଲାର ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବାକୁ ଏବଂ ଜିଲ୍ଲା ସହ ଜଡିତ ମନ୍ତବ୍ୟ ଉପରେ ଆଧାର କରି ତାଲାକୁ କଡାକଡି ପାଳନ କରିବାକୁ ନିଶ୍ଚିତ ପଦକ୍ଷେପ ନେବାକୁ କୁହାଯାଇଛି।

ଜିଲ୍ଲା ଗୁଡିକରେ କୋରୋନା ପୀଡିତଙ୍କ ସଂଖ୍ୟା, ଜମାତିଙ୍କ ସଂଖ୍ୟା, ପୋଲିସ ଉପରେ ଆକ୍ରମଣ, ସ୍ୱାସ୍ଥ୍ୟ ଏବଂ ରାଜସ୍ୱ ଦଳ ଉପରେ ଆକ୍ରମଣ ତଥା ବେଆଇନ ମଦ ବିକ୍ରି ଆଧାରରେ ଜିଲ୍ଲାଗୁଡ଼ିକର ଲକଡାଉନ ଉପରେ ମୂଲ୍ୟାଙ୍କନ କରାଯାଇଛି । ଏହାକୁ ନେଇ ଆହୁରୀ ଆଇନ ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.