ETV Bharat / bharat

'ମୁଖ୍ୟମନ୍ତ୍ରୀ ଯୋଗୀ ନଆସିବା ପର୍ଯ୍ୟନ୍ତ ହେବ ନାହିଁ ଅନ୍ତିମ ସଂସ୍କାର' - ଉନ୍ନାଓ ଗଣଦୁଷ୍କର୍ମ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉନ୍ନାଓ ଆସି ପରିବାର ସହ ସାକ୍ଷାତକାର ନକରିବା ପର୍ଯ୍ୟନ୍ତ ସେମାନେ ପୀଡିତାଙ୍କ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ପୀଡିତାଙ୍କ ପରିବାର ଅଡି ବସିଛନ୍ତି ।

unnao-victim
ଫାଇଲ ଫଟୋ
author img

By

Published : Dec 8, 2019, 9:56 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାର ଜିଦ ଧରି ବସିଛନ୍ତି ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର । ପୀଡିତାଙ୍କ ମୃତଦେହ ତାଙ୍କ ଗ୍ରାମରେ ପହଞ୍ଚି ସାରିଛି । କଡା ସୁରକ୍ଷା ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାରର ସମସ୍ତ ପ୍ରସ୍ତୁତି ମଧ୍ୟ ହୋଇସାରିଛି । କିନ୍ତୁ ଅନ୍ତିମ ସଂସ୍କାର ପାଇଁ ରାଜି ହେଉନାହାନ୍ତି ପୀଡିତାଙ୍କ ପରିବାର । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଉନ୍ନାଓ ଆସି ପରିବାର ସହ ସାକ୍ଷାତକାର ନକରିବା ପର୍ଯ୍ୟନ୍ତ ସେମାନେ ପୀଡିତାଙ୍କ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ଅଡି ବସିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପରିବାର ଲୋକଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ସେମାନେ ନିଜ ପକ୍ଷ ରଖିବାକୁ ଚାହୁଁଛନ୍ତି । ସେମାନଙ୍କୁ ନ୍ୟାୟ ଆବଶ୍ୟକ, କିନ୍ତୁ କୋର୍ଟଙ୍କଠାରୁ ନ୍ୟାୟର ଆଶା ନାହିଁ । କାରଣ ସେମାନେ ଆର୍ଥିକ ରୂପରେ ଖୁବ ଦୁର୍ବଳ । କୋର୍ଟ କେବଳ ଧନି ଲୋକଙ୍କ ପାଇଁ । ତାଙ୍କ ପାଖରେ ମୋକଦ୍ଦମା ଲଢିବା ପାଇଁ ଅର୍ଥ ନାହିଁ ବୋଲି ପୀଡିତାଙ୍କ ଭଉଣୀ କହିଛନ୍ତି । ଏହା ସହିତ ସରକାର ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମଧ୍ୟ ଦିଅନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଶନିବାର ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର । ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଦିଆଯିବ ଏବଂ ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍‌ କୋର୍ଟରେ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Intro:उन्नाव:-दिल्ली के सफदरगंज अस्पताल में इलाज केदौरान हुई पीड़िता की मौत के बाद बीती रात पीड़िता के शव को उसके गांव लाया गया लेकिन परिवार के लोगो ने मुख्यमन्त्री योगी के ना आने तक अब अंतिम क्रियाकर्म से मना कर दिया है परिवार की माने तो उन्हें मुख्यमन्त्री से अपनी बात कहनी है क्योंकि परिवार के लोगो को कोर्ट से न्याय की उम्मीद नही है उनका कहना है कि सरकार उनके परिवार को नौकरी भी दे।Body:पीड़िता के परिवार ने पीड़िता का अंतिम क्रियाकर्म से मना कर दिया दरहसल पीड़ित परिवार मुख्यमन्त्री योगी आदित्यनाथ को मौके पर आने की मांग कर रहा है पीड़िता की बहन ने बताया उन्हें इंसाफ चाहिए लेकिन कोर्ट से उन्हें न्याय की उम्मीद नही है क्योंकि कोर्ट तो पैसे वालों के लिए है उनके पास इतना पैसा नही है यही नही परिवार योगी आदित्यनाथ से मिलकर अपनी बात करना चाहता है और परिवार में सरकारी नौकरी देने की मांग कर रहा है।

बाईट-पीड़िता की बहनConclusion:वीरेंद्र यादव
उन्नाव
मो-9839757000
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.