ETV Bharat / bharat

ଉନ୍ନାଓ ପୀଡିତାଙ୍କ ଭଣଜା ନିଖୋଜ

author img

By

Published : Oct 3, 2020, 2:02 PM IST

ଗତ ବର୍ଷ ଡିସେମ୍ବର ମାସରେ ୟୁପି ଉନ୍ନାଏ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହାରି ମଧ୍ୟରେ ଗତ ଦୁଇ ଦିନ ହେବ ଉନ୍ନାଓ ପୀଡିତାଙ୍କ 8ବର୍ଷର ଭଣଜା ନିଖୋଜ ହୋଇଯାଇଛି ।

ଉନ୍ନାଓ  ପିଡିତାଙ୍କ ଭଣଜା ନିଖୋଜ
ଉନ୍ନାଓ ପିଡିତାଙ୍କ ଭଣଜା ନିଖୋଜ

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ଭଣଜା ନିଖୋଜ । ଗତ ବର୍ଷ ଡିସେମ୍ବର ମାସରେ ୟୁପି ଉନ୍ନାଏ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହାରି ମଧ୍ୟରେ ଗତ ଦୁଇ ଦିନ ହେବ ଉନ୍ନାଓ ପୀଡିତାଙ୍କ 8ବର୍ଷର ଭଣଜା ନିଖୋଜ ଅଛି ।

ପରିବାର ଲୋକଙ୍କ ବହୁ ଖୋଜାଖୋଜି ପରେ ବାଳକଟିର କୌଣସି ସୂଚନା ନପାଇ ପରିବାର ଲୋକ ଏନେଇ ପୋଲିସକୁ ଖବର ଦେଇଛନ୍ତି । ଖବର ପାଇ ଏସପି ଆନନ୍ଦ କୁଲକର୍ଣ୍ଣି, ଅତିରିକ୍ତ ଏସପି ବିନୋଦ କୁମାର ପାଣ୍ଡେଙ୍କ ସହ ବହୁ ଅଧିକାରୀ ପୀଡିତାଙ୍କ ଗ୍ରାମରେ ପହଞ୍ଚିଛନ୍ତି। ସେଠାରେ ସେମାନେ ପୀଡିତାଙ୍କ ପରିବାରକୁ ଭେଟି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି।

ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ଭଉଣୀ ନିଜେ ଗାଁର 5ଜଣଙ୍କ ବିରୋଧରେ ଶିଶୁକୁ ଅପହରଣ ମାମଲା ରୁଜୁ କରିଛନ୍ତି । ପୋଲିସ ମଧ୍ୟ ଉକ୍ତ 5 ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏପଟେ ଏସପି ଆନନ୍ଦ କୁଲକର୍ଣ୍ଣି ନିଜେ ଏହି ଘଟଣାର ତଦନ୍ତ କରୁଛନ୍ତି। ଖୁବଶୀଘ୍ର ଘଟଣାର ଫର୍ଦ୍ଦାଫାସ ହେବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.