କାନପୁର: ଉନ୍ନାଓରେ କିଛି ଦିନ ତଳେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ପୀଡିତାଙ୍କର ମୃତ୍ୟୁ ହୋଇଯାଇଛି । ହୈଲଟ ହସ୍ପିଟାଲରେ ପୀଡିତା ଜଣକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । 16 ଡିସେମ୍ବରରେ ଏସପି ଅଫିସ ଆଗରେ ପୀଡିତା ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ।
ଆତ୍ମହତ୍ୟା ଉଦ୍ୟମ ପରେ ପ୍ରଥମେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରୁ ହୈଲଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । 5 ଦିନରୁ ପୀଡିତା ହସ୍ପିଟାଲରେ ଜୀବନ ମୃତ୍ୟ ସହ ସଂଗ୍ରାମ କରୁଥିଲେ ।