ETV Bharat / bharat

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଘଟଣାର ସିବିଆଇ ଯାଞ୍ଚ ପାଇଁ ସରକାର ପ୍ରସ୍ତୁତ

ଗତ ରବିବାର ବହୁଚର୍ଚ୍ଚିତ ଉନ୍ନାଓଁ ଗଣଦୁଷ୍କର୍ମ ପୀଡିତାଙ୍କ ସାଥିରେ ହୋଇଥିବା ଦୁର୍ଘଟଣାର ସିବିଆଇ ଯାଞ୍ଚ କରାଯିବା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ପ୍ରସ୍ତୁତ ଥିବା କହିଛନ୍ତି ।

ଫାଇଲ ଫଟୋ
author img

By

Published : Jul 29, 2019, 6:32 PM IST

ରାଏବରେଲି: ଉନ୍ନାଓଁ ଗଣଦୁଷ୍କର୍ମ ମାମଲାରେ ହୋଇପାରେ ସିବିଆଇ ଯାଞ୍ଚ ! ଗତ ରବିବାର ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ସାଥିରେ ହୋଇଥିବା ଦୁର୍ଘଟଣାର ସିବିଆଇ ଯାଞ୍ଚ କରାଯିବା ନେଇ ପ୍ରସ୍ତୁତ ଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି ଯଦି ପୀଡିତାଙ୍କ ପରିବାର ଲୋକେ ଚାହିଁବେ ତେବେ ଘଟଣାର ସିବିଆଇ ଯାଞ୍ଚ କରାଯିବ।

ଏହି ଘଟଣାକୁ ନେଇ ଡିସିପି ଓପି ସିଂଙ୍କ କହିଛନ୍ତି ଘଟଣାର ତଦନ୍ତ ଜାରି ରହିଛି ଏଥିସହ ଏକ ଟିମ ଗଠନ କରାଯାଇଛି । ଯେଉଁମାନେ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ପୀଡିତାଙ୍କ ସୁରକ୍ଷା ପାଇଁ 10 ଜଣ ପୋଲିସ କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହା ସହ ସେ କହିଛନ୍ତି ରାଜ୍ୟ ସରକାର ମଧ୍ୟ ଏ ଘଟଣାକୁ ଗମ୍ଭୀରତାର ସହ ଦେଖୁଛନ୍ତି। ନିରପେକ୍ଷ ଭାବେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ ଦୁର୍ଘଟଣା ପର ଠାରୁ ଉନ୍ନାଓଁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂଙ୍କ ପରିବାର ଲୋକେ ଫେରାର ଅଛନ୍ତି । ଗତ ରବିବାର ଉନ୍ନାଓଁ ପୀଡ଼ିତାଙ୍କୁ ଭେଟିବା ପାଇଁ ପରିବାରର ସମସ୍ତ ସଦସ୍ୟ ଓକିଲଙ୍କ କାରରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କ ଗାଡିକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପୀଡ଼ୀତାଙ୍କ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିଲା।

Intro:Body:

szgfhjhj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.